ନିଶ୍ଚିନ୍ତକୋଇଲି, ୨୫/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ପୁରୁଣାପାରି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଗତ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ବୈଦିକ ରୀତିନୀତି ଅନୁଯାଇ ପ୍ରତିଷ୍ଠା ଉତ୍ସବ ରେ ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଯାଇଛି ।

ପ୍ରତିଷ୍ଠା ଉତ୍ସବ ଅବସରରେ ପ୍ରତ୍ୟହ ସନ୍ଧ୍ୟା ରେ ଭଜନ, ପ୍ରବଚନ ଆଦି ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଙ୍କ ଆଶ୍ରିତଶ୍ରଦ୍ଧାଳୁ ଭକ୍ତ, ପୁରୁଣାପାରି ଗ୍ରାମବାସୀ ତଥା ନିକଟସ୍ଥ ଗ୍ରାମଗୁଡିକର ଗ୍ରାମବାସୀ ଙ୍କ ତତ୍ୱାବଧାନ ଓ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗ ରେ ପ୍ରତିଷ୍ଠା ଉତ୍ସବ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା । ଉଲ୍ଲେଖନୀୟ ଯେ, ସ୍ବର୍ଗତ ସଚ୍ଚିଦାନନ୍ଦ ପରିଡା, ବହୁ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚନା କରି ଆସୁଥିଲେ ।
ପରବର୍ତୀ ସମୟରେ ନୂତନ ମନ୍ଦିରରେ ମୂର୍ତ୍ତି ସ୍ଥାପନ କାରାଯାଇ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଯଜ୍ଞ ର ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଙ୍କ କୃପା ଲାଭ ନିମନ୍ତେ ଶହ ଶହ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ ।
