ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ।

ଯାଜପୁର ୦୩/୧୦/୨୦୨୫ (ଓଡ଼ିଶା ସମାଚାର)-  ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଵନ୍ଧଡିହ ଗ୍ରାପ ଜୟନ୍ତୀ ପାଠାଗାର ଦ୍ଵାରା ପରିଚାଳିତ ବରିଷ୍ଠ ନାଗରିକ ଗୃହ ପରିସର ରେ ବିଶ୍ଵ ବରିଷ୍ଠ ଦିବସ ପାଳନ କରାଯିବା ସହିତ ଏକ ଆଲୋଚନା ସଭା ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅତିଥି ଆଲୋଚକ ଭାବେ ଯୋଗଦେଇ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ରସୁଲପୁର ବ୍ଲକ୍ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ମହାନ୍ତି ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅନ୍ୟତମ ଅଧିକାରୀ ଶୁଭାଶିଷ ମିଶ୍ର ଯୋଗଦେଇ ବରିଷ୍ଠ ମାନେହିଁ ଵର୍ଣ୍ଣିଳ ଅଭିଜ୍ଞତାର ଅଧିକାରୀ ସମାଜ ଓ ରାଷ୍ଟ୍ର ଗଠନ ରେ ସେମାନଙ୍କର ମହତ୍ତ୍ଵପୂର୍ଣ ଭୂମିକା ସଦା ସ୍ଵୀକୃତ ବୋଲି ମତପ୍ରକାଶ କରିଥିଲେ ।

ପ୍ରାଧିକରଣ ସଚୀବ ଶ୍ରୀମତୀ ମହାନ୍ତି ବ୍ୟକ୍ତିଗତ ଭାବେ ବରିଷ୍ଠ ଅନ୍ତେବାସୀ ମାନଙ୍କ ସହ କଥା ହୋଇ ସେମାନଙ୍କୁ ସମ୍ମାନିତ କରିଥିଲେ।ଜୟନ୍ତୀ ପାଠାଗାର ଯୁଗ୍ମ ସମ୍ପାଦକ ଶରତ ରାଉତ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଭାପତି ସତ୍ୟସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନ ସମ୍ପାଦିକା ସରୋଜିନୀ ସାହୁ ଅନ୍ୟାନ୍ୟ ସହଯୋଗୀ  ଙ୍କ ସମେତ ପ୍ରାଧିକରଣ ର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *