ଡେରାବିଶ ବ୍ଲକରେ ମିଳିତ ଜନଶୁଣାଣି ଶିବିର

କେନ୍ଦ୍ରାପଡ଼ା, ୨୮/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଡେରାବିଶ ବ୍ଲକ ପରିସରରେ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୫୬ଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୫୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬ଟି ସାମୁହିକ ଅଭିଯୋଗ ଥିଲା । ବିଶେଷକରି ରାସନ କାର୍ଡ, ଇନ୍ଦିରା ଆବାସ, ଗାଈ ଗୁହାଳ ଓ ନାଗରିକତ୍ୱକୁ ନେଇ ବ୍ୟକ୍ତିଗତ ଅଭିଯୋଗ ଗୁଡିକ ଆସିଥିବା ବେଳେ ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ କୁଶିଆପାଳ ପଂଚାୟତ ୧୩ନମ୍ବର ୱାର୍ଡରେ ବାତ୍ୟା ଦାନା ସମୟରେ ଅସୁବିଧା ଓ ବର୍ଷା ଜଳ ନିଷ୍କାସନ ସମସ୍ୟାକୁ ନେଇ ଅଭିଯୋଗ ଆସିଥିଲା । ଏହି ଜନଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ  ସିଦ୍ଧାର୍ଥ କଟାରିୟା, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଡେପୁଟି କଲେକଟର, ତହସିଲଦାର ପ୍ରଜ୍ଞା ପାରମିତା ପୃଷ୍ଟି,ଏବିଡ଼ିଓ ଅନିରୁଦ୍ଧ ବେହେରା, ବ୍ଲକ ଅଧ୍ୟକ୍ଷା କଳ୍ପନା ମଳିକ, ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଜିଲାପରିଷଦ ସଭ୍ୟ ଅରବିନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ  ।

Leave a Reply

Your email address will not be published. Required fields are marked *