ଜଗତସିଂହପୁର,୨୫/୦୩/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ତା-୨୨-୦୩-୨୬ ରିଖ ସଂଅରା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ଜଳ ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ସହକାରୀ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରି ସଭାକାର୍ୟ୍ୟ ଆରମ୍ଭ କରିଥିଲେ। ସି.ଜେ.ଏମ ନିଳୀମା ପଣ୍ଡା ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷ୍ୟତାକରି ନିଜର ଅଭି ଭାଷଣ ରଖି ଜଳ ହିଁ ଜୀବନ ଓ ଜଳର ମହତ୍ୱ ଉପରେ ପ୍ରତିପାଦନ କରିଥିଲେ।
ସବ୍ ଜଜ୍ ରାକେଶ କୁମାର ମୁଦୁଲି ଜଳ ସଂଚୟ କରିବା ଏକ ମହତ୍ୱ କାର୍ୟ୍ୟ ବୋଲି ଛାତ୍ର ଛାତ୍ରି ମାନଙ୍କୁ ବୁଝାଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବି.ଡି.ଡି ଚନ୍ଦନା ନିଜର ଅଭିଭାଷଣ ରଖିବା ସହିତ ଜଳ ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ଜଳ ଦିବସ ଥିମ୍ ଓ ଜଳ ସଂଚୟ ଉପରେ ଦୁଇଟି ଭିଡିଓ ଛାତ୍ର ଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା।
ବିଶ୍ବ ଜଳ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ପ୍ରଥମ,ଦ୍ୱିତିୟ୍,ତ୍ରୁତିୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରି ମାନଙ୍କୁ ପ୍ରମାଣ ପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା ଏବଂ ଛାତ୍ରୀ ମାନଙ୍କ ମଧ୍ୟରେ ବିଶ୍ୱ ଜଳ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା କରାଯାଇଥିଲା ଏଥିରେ ଛାତ୍ରୀମାନେ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ସହକାରି ଶିକ୍ଷୟିତ୍ରୀ ପଦ୍ମିନି ଦାଶ ନିଜର ଅଭିଭାଷଣ ରଖି ଧନ୍ୟବାଦ ଅର୍ପଣ କରି ସଭା କାର୍ୟ୍ୟ ସମ୍ପନ୍ନ କରାଯାଇଥିଲା।
