ଜଗତସିଂହପୁର ୨୫/୦୩/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୦୦ ଜଣ ଅମାନିଆ ଗାଡ଼ି ଚାଳକ ଙ୍କୁ ସାବାଡ଼ କରିବା ପାଇଁ ଯୋଗଧାରୀ ବସ ଷ୍ଟାଣ୍ଡ, ଜଗତସିଂହପୁର ଟାଉନ, ମଙ୍ଗଳପୁର, ଏବଂ ରଘୁନାଥପୁର ରେ ଅମାନିଆ ଗାଡ଼ି ଚାଳକଙ୍କୁ ଅନୁବନ୍ଧିତ ବିଜ୍ଞପ୍ତି ସତ୍ୱେ ଅବମାନନା କରିଥିବାରୁ ଚାଲାଣ କଟାଯାଇଛି ।
ସେଥିମଧ୍ୟରୁ ବିନା ହେଲମେଟ ୭୫ ଜଣ, ଦୃତଗତିରେ ଗାଡ଼ି ଚାଳକ ୧୯ ଜଣ ମୋବାଇଲ ଫୋନ ବ୍ୟବହାର ୨ଜଣ ସମ୍ପୃକ୍ତ।ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ ଜାରି ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସୁଚନା ଦେବା ସହ ଅମାନିଆ ଗାଡ଼ି ଚାଳକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ପ୍ରତିକ୍ରିୟା ପ୍ରକାଶ କରି, ଜନସାଧାରଣ ସଚେତନ ରହି ଦୁର୍ଘଟଣା କମାଇବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏଥିରେ ମୋଟର ଯାନ ନିରୀକ୍ଷକ ଶ୍ରୀ ପ୍ରତାପ କୁମାର ବେହେରାଙ୍କ ସହିତ କନିଷ୍ଠ ମୋଟରଯାନ ନିରୀକ୍ଷକ ଶ୍ରୀମତୀ ମନୋରମା ମାଝୀ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କର୍ମଚାରୀ ମାନେ ଯାଞ୍ଚ ସମୟରେ ସହଯୋଗ କରିଥିଲେ।
