ରୋଟାରି ମେଟ୍ରୋ ଗ୍ରାମ୍ୟ ପ୍ରକଳ୍ପ ଉଦଘାଟନ।

 ବାଲିପାଟଣା, ୦୨/୦୫/୨୦୨୫ (ଓଡ଼ିଶା ସମାଚାର)-   ପବିତ୍ର ଅକ୍ଷର ତ୍ରୁତୀୟା ଦିବସରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ଶେଉଳକୁନ୍ଡ  ଗ୍ରାମ ମା ଭଗବତୀ ପୀଠ ପରିସରେ ରୋଟାରି କ୍ଲବ ଭୁବନେଶ୍ବର ମେଟ୍ରୋ ଙ୍କ ଦ୍ଵାରା ପ୍ରାୟୋଜିତ ଅନେକ ଗୁଡିଏ ପ୍ରକଳ୍ପ ରୋଟାରି  ଜିଲ୍ଲା ୩୨୬୨ ପ୍ରାନ୍ତପାଳ ରୋଟାରିଆନ ଯଞାଶୀଶ ମହାପାତ୍ରଙ୍କ କରକମଳରେ ଉଦଘାଟିତ ହୋଇ ଯାଇଅଛି।

ପୁରୁଷ ଓ ମହିଳାଙ୍କ ପାଇଁ ସ୍ଵତନ୍ତ୍ର ପାଇଖାନା ଓ ଶୌଚାଳୟ, ହାତଧୁଆ ସ୍ଥଳ ଏବଂ ପାନୀୟଜଳ ପ୍ରକଳ୍ପକୁ ଶ୍ରୀଯୁକ୍ତ ମହାପାତ୍ର ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ରୋଟାରି କ୍ଲବ ଭୁବନେଶ୍ବର  ମେଟ୍ରୋଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗ ର ଭୂୟସୀ ପ୍ରଶଂସା  କରିଥିଲେ।

କ୍ଲବ ପ୍ରେସିଡେଣ୍ଟ ସଂଯୁକ୍ତା ନାୟକ, ସେକ୍ରେଟାରୀ ଦୁଷ୍ମନ୍ତ ସାହୁ ଓ  ଶ୍ରୀମତୀ ସାହୁ, ବି ରବୀନ୍ଦ୍ରନ୍, ଲତା ରବୀନ୍ଦ୍ରନ୍, ଶଶାଙ୍କ ମହାନ୍ତି, ନବୀନ ସର୍ମା, ଓ କେ ସି ପଟ୍ଟନାୟକ ପ୍ରମୁଖ ରୋଟାରିଆନ ତଥା ମା ଭଗବତୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତାମାନଙ୍କ ସହ ଅନେକ ଗ୍ରାମବାସୀ ବିଶେଷ କରି ଯୁବକ ମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ। ପ୍ରକଳ୍ପ ଗୁଡିକର ଉଚିତ ରକ୍ଷଣାବେକ୍ଷଣ ପାଇଁ ଗ୍ରାମବାସୀ ସପଥ ନେଇଥିଲେ।

Leave a Reply

Your email address will not be published. Required fields are marked *