ଜଗତସିଂହପୁର,୨୧/୦୩/୨୦୨୫ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଏପ୍ରିଲ-୨୦୨୫ ଠାରୁ ଜୁନ୍-୨୦୨୫ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।
ଏପ୍ରିଲ ମାସ ୭ ତାରିଖ ଦିନ ରଘୁନାଥପୁର ବ୍ଳକ କାର୍ଯ୍ୟାଳୟ, ଏପ୍ରିଲ ୧୫ ତାରିଖ ଦିନ ତିର୍ତ୍ତୋଲ ବ୍ଳକ୍ କାର୍ଯ୍ୟାଳୟ, ଏପ୍ରିଲ ୨୧ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏପ୍ରିଲ ୨୮ ତାରିଖ ଦିନ କୁଜଙ୍ଗ ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ସେହିପରି ମେ ମାସ ୫ ତାରିଖ ଦିନ ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ, ମେ ୧୩ ତାରିଖ ଦିନ ନାଉଗାଁ ବ୍ଲକ୍ କାର୍ଯ୍ୟାଳୟ, ମେ ୧୯ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ମେ ୨୬ ତାରିଖ ଦିନ ବାଲିକୁଦା ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।
ସେହିପରି ଜୁନ୍ ମାସ ୨ ତାରିଖ ଦିନ ଏରସମା ବ୍ଲକ୍ କାର୍ଯ୍ୟାଳୟ, ଜୁନ୍ ୯ ତାରିଖ ଦିନ ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ, ଜୁନ୍ ୧୬ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜୁନ୍ ୨୩ ତାରିଖ ଦିନ ତିର୍ତ୍ତୋଲ ବ୍ଳକ୍ କାର୍ଯ୍ୟାଳୟ ଓ ଜୁନ୍ ୩୦ ତାରିଖ ଦିନ କୁଜଙ୍ଗ ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହିସବୁ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ- ତଥା-ନିର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଳକସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବେ । ପ୍ରକାଶ ଥାଉକି, ୧୫ ଏପ୍ରିଲ୍ ୨୦୨୫ ରୁ ୯ ଜୁନ୍ ୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା ଜନଶୁଣାଣୀ ସକାଳ ୯ ଘଟିକା ରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଜିଲ୍ଲାର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।
