ଭୂମିହୀନ ଆଦିବାସୀ ପରିବାର ଙ୍କୁ ସରକାରୀ ଜାଗା ଓ ପକ୍କା ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦୁଃଖ ଜଣାଇଵେ

କଟକ ସଦର, ୦୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭୁମିହୀନ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାଗା ସହିତ ସରକାରୀ ପକ୍କା ଘର ଯୋଗାଇ ଦିଆଯିଵା ଘୋଷଣା ବାସ୍ତବରେ କଟକ ସଦର ଅଞ୍ଚଳରେ ପ୍ରହସନରେ ପରିଣତ ହୋଇଛି। ଦୀପ ତଳ ଅନ୍ଧାର ଭଳି ନିଶ୍ଚିନ୍ତକୋଇଲି ବ୍ଲକ ତଥା କିଶନନଗର ତହସିଲ ଅନ୍ତର୍ଗତ ଇଶାଣିଵ୍ରହ୍ମପୁର ପଞ୍ଚାୟତ ମଲିପୁର ଠାରେ କେତେକ ଆଦିବାସୀ ପରିବାର ସରକାରୀ ଜମିରେ ଆଜକୁ ୫୦ ଵର୍ଷରୁ ଉର୍ଦ୍ଧ୍ବ ହେବ ବସବାସ କରୁଛନ୍ତି।

ସେମାନଙ୍କୁ ଭୋଟର ପରିଚୟପତ୍ର, ଆଧାର କାର୍ଡ, ରାସନ୍ କାର୍ଡ ସବୁ ଯୋଗାଇ ଦିଆଯାଇଥିବା ବେଳେ ପକ୍କା ଘର ଦିଆଯାଇନାହିଁ। ସେମାନଙ୍କୁ ସରକାରୀ ଜମି ଯୋଗାଇ ଦେବାକୁ ବାରମ୍ବାର ତହସିଲଦାର ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଉଥିଲେ ବି କେବଳ ଆଶ୍ୱାସନା ଛଡ଼ା ଫଳ କିଛି ମିଳୁନାହିଁ। ଏଥିପାଇଁ ଏଠାରେ ଆଦିବାସୀ ପରିବାର ଜରିପାଲ ଘେରା ଝାଟିମାଟି ଘରେ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ତୁରନ୍ତ ଜିଲ୍ଲାପାଳ ଏମାନଙ୍କ ଆବଶ୍ୟକତା କୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ସେମାନେ ଆଦିବାସୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟି ସେମାନଙ୍କ ର ଦୁଃଖ ଜଣାଇଵେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *