ଏସସିବିରେ ନୂତନ ଅଧୀକ୍ଷକଙ୍କ ଦାୟିତ୍ୱ ଗ୍ରହଣ

କଟକ,୨୫/୦୩/୨୦୨୬ (ଓଡ଼ିଶା ସମାଚାର)- ଶ୍ରରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାସାଳୟର ନୂତନ ଅଧିକ୍ଷକ ଭାବେ ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଫଏମଟି ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଦୀର୍ଘ ଅନୁଭବ ରଖିଛନ୍ତି । ଚିକିତ୍ସା ସେବା, ଶିକ୍ଷା ଓ ପ୍ରଶାସନ ମାମଲାରେ ତାଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଛି ।

ନ୍ୟସ୍ତ କରାଯାଇଥିବା ଦାୟିତ୍ୱ ସମ୍ବନ୍ଧରେ ସଠିକ ଭାବେ ଅବଗତ ହୋଇ ଓ ସମନ୍ୱୟ ରକ୍ଷା ପୂର୍ବକ ସେ ନିଜର କାର୍ଯ୍ୟଭାର ତୁଲାଇବେ ବୋଲି କହିଛନ୍ତି । ହସପିଟାଲରେ ରୋଗୀ ସେବାକୁ ପ୍ରାଥମିକତା ଦିଆଯିବ ବୋଲି କହିବା ସହ ଯେଉଁଠି କୌଣସି ଅବହେଳା ବା ବ୍ୟବସ୍ଥାଗତ ତ୍ରୁଟି ଥାଏ, ସେଗୁଡ଼ିକୁ ଚିହ୍ନଟ କରି ସମୀକ୍ଷା କରାଯିବା ସହ ଭବିଷ୍ୟତରେ ସେହି ଭୁଲର ପୁନରାବୃତି ନହେବାକୁ ପ୍ରଶାସନିକ ଓ ପ୍ରାୟୋଗିକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ରାଜ୍ୟର ଏକ ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ଏସସିବି ମେଡ଼ିକାଲ କଲେଜ ଓ ହସପିଟାଲ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ପ୍ରତିବଦ୍ଧ ଏବଂ ଆଗକୁ ଏହା ଜାରି ରହିବ ବୋଲି ଡାକ୍ତର ଚୌଧୁରୀ କହିଛନ୍ତି । ରୋଗୀମାନଙ୍କୁ ଉତମ ଚିକିତ୍ସା ସୁବିଧା ଦେବା, ସୁବ୍ୟବସ୍ଥିତ ପରିଚାଳନା ଓ ସ୍ୱଚ୍ଛ ପ୍ରଶାସନ ଆମର ପ୍ରାଥମିକ ଲକ୍ଷ୍ୟ ରହିବ ବୋଲି ଡାକ୍ତର ଚୌଧୁରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *