୨୯ ସୁଦ୍ଧା ଝଡ଼, ବଜ୍ରପାତ!୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୫/୦୩/୨୦୨୬ (ଓଡ଼ିଶା ସମାଚାର)- ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୯ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ରାଜ୍ୟର କେତେକ ଜିଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ମାର୍ଚ୍ଚ ୨୭ ତାରିଖ ସକାଳ ଠାରୁ ୨୮ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲାଗୁଡିକ ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି ।

ଏସବୁ ଜିଲାରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିପାରେ । ସେହିପରି ୨୮ ତାରିଖ ସକାଳ ଠାରୁ ୨୯ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲାଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ । ଏସବୁ ଜିଲାରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିପାରେ । ତେବେ ୨୫ ତାରିଖ ଠାରୁ ୨୭ ତାରିଖ ସକାଳ ଏବଂ ୨୯ ତାରିଖ ସକାଳ ଠାରୁ ୩୧ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *