ଚିକିତ୍ସା ଅବହେଳାରୁ ଘରୋଇ ଡାକ୍ତରଖାନାରେ ନବଜାତ ଶିଶୁ ର ମୃତ୍ୟୁ ଅଭିଯୋଗ

 ଯାଜପୁର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)- ଚିକିତ୍ସା ଅବହେଳାରୁ ପୁଣି ଏକ ନବଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ଧର୍ମଶାଳା ଥାନା ଶାନ୍ତିବଜାର ସ୍ଥିତ ଶ୍ରୀ ଜଗନ୍ନାଥ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ଏକ ନବଜାତ ଶିଶୁ ମୃତ୍ୟୁ ଘଟିଥିବା ବେଳେ ପୁଣି ଶୁକ୍ରବାର ଦିନ ଏହି ଥାନା ଅନ୍ତର୍ଗତ ନେଉଳପୁର ସ୍ଥିତ ସେବା ମଲ୍ଟି ସ୍ପେଶିଆଲିଟି ଘରୋଇ ଡାକ୍ତରଖାନାରେ ଏକ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କୁଆଖିଆ ଥାନା ଅନ୍ତର୍ଗତ ଓଡିଶୋ ଗ୍ରାମ ପଞ୍ଚାୟତ ଅର୍ତ୍ତିଆ କୁସୁନପୁର ଗ୍ରାମର ବ୍ରଜକିଶୋର ସ୍ୱାଇଁଙ୍କ ପତ୍ନୀ ସୁଭଦ୍ରା ସିଂହ ପ୍ରସବ ପାଇଁ ସେବା ମଲ୍ଟି ସ୍ପେଶିଆଲିଟି ଆସିଥିଲେ । ବୁଧବାର ସକାଳ ୯ ଟା ସମୟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଚିକିତ୍ସା ଅବହେଳାରୁ ଶୁକ୍ରବାର ଦିନ ୨ ଟା ସମୟରେ ଶିଶୁଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପରିସରରେ ଶିଶୁ ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଥିଲା । ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝା ସୁଝା କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *