ଅଲ୍ ଓଡିଶା ବ୍ୟାଣ୍ଡ ସାଉଣ୍ଡ ଅପରେଟର  ସଂଘ ର ବୈଠକ 

ନିଶ୍ଚିନ୍ତକୋଇଲି,୨୩/୦୩/୨୦୨୬ (ଓଡିଶା ସମାଚାର / ଅଭୟ ଜେନା )ସତ୍ୟ,ଶାନ୍ତି, ଦୟା,କ୍ଷମାର ମାନବବାଦର ଗୁଣ ସହ ଆହାରଶୁଦ୍ଧି, ସତ୍‌ସଂଗ, ସଂଗଶୁଦ୍ଧି, ଆଚାର ବ୍ୟବହାର ସମ୍ବନ୍ଧିତ ସୁଗୁଣକୁ ଦିନଚର୍ଯ୍ୟାରେ ପାଳନ କରିବାରେ ମାନବ ଜୀବନର ସାର୍ଥକତା ଥାଏ ବୋଲି ଆଜି ଅଲ୍ ଓଡିଶା ବ୍ୟାଣ୍ଡ ସାଉଣ୍ଡ ଅପରେଟର ଆସୋସିଏସନ ପକ୍ଷରୁ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଡ. ବିନୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣି ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶ ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ରାଉଳ ,ସତ୍ୟଜିତ ମହାପାତ୍ର,ପ୍ରଫୁଲ୍ଲ ମହାପାତ୍ର ,ଦେବେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଅବତାରଣା କରିଥିଲେ ।ଏହି ଅବସରରେ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଥିବା ବେଳେ ସଭାପତି ଭାବେ ସୁରେଶ କୁମାର ଦ୍ୱିବେଦୀଙ୍କୁ ମନୋନିତ କରାଯାଇଥଲା ।

ଉପ ସଭାପତି ଭାବେ ଅଜୟ କୁମାର ସ୍ୱ।ଇଁ , ଯଜ୍ଞେଶ୍ଵର ମହାପାତ୍ର,କ୍ଷିରୋଦ ଜେନା ଏବଂ ସୁଜିତ ଗୋଚ୍ଛାୟତଙ୍କୁ ମନୋନିତ କରାଯାଇଥିଲା ।ସେହିପରି ସମ୍ପାଦକ ଭାବେ ଗଗନ ରାଉତ , ସହ ସମ୍ପାଦକ ଭାବେ ସନ୍ତୋଷ କୁମାର ପୁହାଣ ଏବଂ କୋଷାଧ୍ୟକ୍ଷ ଭାବେ ରତ୍ନାକର ଜେନାଙ୍କୁ ମନୋନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକାରିଣୀ ବୈଠକରେ ୧୭ ଗୋଟି ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଇଥଲା ଯଥା ବ୍ୟାଣ୍ଡ ଅପରେଟର ମାନଙ୍କର ଆର୍ôଥକ ସୁଦୃଢତା – ଅର୍ଥ ପ୍ରବନ୍ଧନର ଶିକ୍ଷା, ଅପରେଟର ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଫଣ୍ଡ ବ୍ୟବସ୍ଥା କରିବା ଯେଉଁଥିରେ ସମସ୍ତେ ଅର୍ଥଦାନ କରିବେ ଏବଂ ଦରକାର ସ୍ଥଳେ ସେଥିରୁ ଚିକିତ୍ସା ପାଇଁ କିଛି ସାହାଯ୍ୟ କରି ପାରିବେ , ରୁଣ ବ୍ୟବସ୍ଥା , ସ୍ୱାସ୍ଥ୍ୟ ଶିକ୍ଷା – ନିଶାରୁ ମୁକ୍ତି, ଧ୍ୟାନ ଯୋଗ ଆଦି ପ୍ରଶିକ୍ଷଣ , ବିଦେଶରେ କିଭଳି ପ୍ରୋଗ୍ରାମ କରେଇ ପାରିବେ ଓ ଭଲ କାର୍ଯ୍ୟକ୍ରମ କରେଇ ପାରିବା ସେଥିପ୍ରତି ଧ୍ୟାନ ଦେବା ,ଲୁପ୍ତକଳାର ଉଦ୍ଧାର , ସୋସିଆଲ ମିଡ଼ିଆର ଉପଯୋଗ କିପରି କରି ପାରିବା ନେଇ ପ୍ରଶିକ୍ଷଣ , ଅନ୍ତ୍ୟେଷ୍ଟି କ୍ରିୟାରେ ସାହାଯ୍ୟ ରାଶି ପ୍ରଦାନ, କଳା, ସଂସ୍କୃତି ଓ ଭାଷା ଉପରେ ଗବେଷଣାର ପ୍ରୋତ୍ସାହନ ,ନବ ଉନ୍ମେଷଣାର ପ୍ରୋତ୍ସାହନ ଆଦି ଉପରେ ଗୁରୁତ୍ୱ ଦିଆଯାଇ ଗୃହିତ ହୋଇଥଲା ।

ଉକ୍ତ ବୈଠକରେ କଟକ , କେନ୍ଦ୍ରାପଡା,ଜଗତସିଂପୁର,ଅନୁଗୁଳ ,ଯାଜପୁର ଆଦି ଜିଲ୍ଲାରୁ ଆସିଥିବା ସମସ୍ତ ସଦସ୍ୟ ମାନଙ୍କୁ ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମର୍ଦ୍ଧିତ କରାଯାଇଥିଲା । ଶେଷରେ ରତ୍ନାକର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *