କଟକ ୨୩/୦୩/୨୦୨୬ ଓଡିଶା ସମାଚାର /ଅଭୟ ଜେନା) ପାହାଳ ଥାନା ଅନ୍ତର୍ଗତ ଖୁନକାର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଭୁକ୍ତେଶ୍ୱର ମହାଦେବଙ୍କ ଏକାଦଶତମ ବାର୍ଷିକ ବିଶ୍ଵଶାନ୍ତି ଗୀତାଯଜ୍ଞ ଉଦଯାପିତ ହୋଇଯାଇଛି। ୨୦ ତାରିଖ ଠାରୁ ଆରମ୍ଭ ହୋଇଥିଵା ଏହି ବିଶ୍ଵଶାନ୍ତି ଗୀତାଯଜ୍ଞ ୨୩ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ, ସଂକୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଖୁନକାର ସମେତ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହି ଵିଭୁକୃପା ଲାଭ କରିବା ସହ ଅନ୍ନ ପ୍ରସାଦ ସେବନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଖୁନକାର ଗ୍ରାମବାସୀମାନେ ପରିଚାଳନା କରିଥିଲେ।
ବିଶ୍ଵଶାନ୍ତି ଗୀତାଯଜ୍ଞ ଉଦଯାପିତ
