ନିମେଇଶାପୁର ଦିଘି ଠାରେ ଶ୍ରୀନାଥ ଦେବଙ୍କ ବାର୍ଷିକୋତ୍ସବ ଅନୁଷ୍ଠିତ 

କଟକ ସଦର, ୨୩/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତ ର ନିମେଇଶାପୁର ଦିଘି ମହାନଦୀ କୂଳରେ ଅବସ୍ଥିତ ତ୍ରିନାଥ ଦେବଙ୍କ ବାର୍ଷିକୋତ୍ସବ ମହାସମାରୋହରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଶତାଧିକ ମହିଳା କଳସ ଶୋଭାଯାତ୍ରା ରେ ଯାଇଁ ମହାନଦୀରୁ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କଲାପରେ ପଣ୍ଡିତ ସୁଧିର ନନ୍ଦ ଙ୍କ ସହିତ ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। କର୍ତ୍ତା କର୍ତ୍ତୀ ଭାବେ ପ୍ରଶାନ୍ତ ଦାସ (ତପୁ) ଓ ପତ୍ନୀ ସରୋଜିନୀ ଦାସ ପୁରୋଧା ହୋଇ ଆଜି ସୋମବାର ଯଜ୍ଞର ପୂର୍ଣ୍ଣାହୁତି ଦିବସରେ ଯଜ୍ଞ କୁଣ୍ଡରେ ଅଗ୍ନି ଦେବତା ଙ୍କୁ ଶେଷ ଆହୁତି ପ୍ରଦାନ କରିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ଦେଖିବାକୁ ଏଵଂ ଆନନ୍ଦ ବଜାରରେ ପ୍ରସାଦ ସେବନ ପାଇଁ ଶ୍ରଦ୍ଧାଳୁମାନଙ୍କର ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *