ଟାଟା ପାୱାର ପକ୍ଷରୁ ଓଡ଼ିଶାରେ ଅତ୍ୟାଧୁନିକ ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଂଟର ଶୁଭାରମ୍ଭ, ଉପଭୋକ୍ତା ସେବା ଓ ପରିଚାଳନା ଦକ୍ଷତାରେ ଆସିବ ଉନ୍ନତି

• ସାରା ଓଡ଼ିଶାରେ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଏହି ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଂଟର ବାସ୍ତବ ସମୟ ନିରୀକ୍ଷଣ ଓ ନିରନ୍ତର ବ୍ୟବସ୍ଥା ପରିଚାଳନାକୁ ସକ୍ଷମ କରିବ
• ସ୍କାଡା ଓ ଏଡିଏମଏସରେ ବ୍ୟବସ୍ଥା ଥିବା ଏହି ସେଂଟର ଆଇଟି ଓ ଓଟି ସମନ୍ୱୟ ଜରିଆରେ ଉନ୍ନତ ନେଟ୍ ୱର୍କ, ଭରସାଯୋଗ୍ୟ ଓ ନିର୍ଦ୍ଧିଷ୍ଟ ପରିଚାଳନା ନିୟନ୍ତ୍ରଣ ନିଶ୍ଚିତ କରିବ
• ଗୁରୁତ୍ୱପୂର୍ଣ୍ଣ ଗ୍ରାହକ ସେବା ଓ ବିଲିଂ ବ୍ୟବସ୍ଥା ସହିତ ଟିପିସିଓଡିଏଲ୍ ପାଇଁ ପ୍ରାଥମିକ ଡାଟା କେନ୍ଦ୍ର ଓ ଅନ୍ୟ ୩ଟି ଡିସକମ୍ ପାଇଁ ଏହି କେନ୍ଦ୍ର ବ୍ୟାକ୍ ଅପ୍ ଡାଟା ହବ୍ ଭାବେ କାର୍ଯ୍ୟ କରିବ

ଭୁବନେଶ୍ୱର, ୧୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍) ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଂଟରକୁ ଲୋକାର୍ପିତ କରାଯାଇଛି ଯାହା ବଂଟନ ନେଟୱର୍କ ପରିଚାଳନା ଓ ପରିଚାଳନା ଉତ୍କର୍ଷରେ ଏକ ଯୁଗାନ୍ତକାରୀ ପଦକ୍ଷେପ ।
ଏହି ସେଂଟରକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କେ. ଭି. ସିଂ ଦେଓ ଉଦଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଆଇଏଏସ ଓ ଟାଟା ପାୱାରର ସିଇଓ ତଥା ଏମଡି ଡକ୍ଟର ପ୍ରବୀର ସିହ୍ନା ଉପସ୍ଥିତ ଥିଲେ । ଏହି ଅବସରରେ ଟାଟା ପାୱାରର ଟିଆଣ୍ଡ୍ଡି ସଭାପତି ଶ୍ରୀ ସଞ୍ଜୟ ବାଙ୍ଗା, ସମସ୍ତ ଡିସକମ୍ ଯଥା ଟିପିସିଓଡିଏଲ୍, ଟିପିଏନଓଡିଏଲ୍, ଟିପିଏସ୍ଓଡିଏଲ୍ ଓ ଟିପିଡବ୍ଲୁଓଡିଏଲ୍ର ସିଇଓ ଏବଂ ରାଜ୍ୟ ସରକାର ଓ ଟାଟା ପାୱାରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅତ୍ୟାଧୁନିକ ପ୍ରଯୁକ୍ତି ହବ୍ ରେ ୨୪ ଘଂଟିଆ ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ପିଏସସିସି) ସହିତ ଆଡଭାନ୍ସ ଅପରେସନଲ ଟେକ୍ନୋଲୋଜି (ଓଟି) ଏବଂ ସୂଚନା ପ୍ରଯୁକ୍ତି (ଆଇଟି) ବ୍ୟବସ୍ଥାକୁ ସମନ୍ୱିତ କରାଯାଇଛି ଯାହା ସମଗ୍ର ଓଡିଶାରେ ବାସ୍ତବ ସମୟ ନେଟୱାର୍କ ନିରୀକ୍ଷଣ, ନିରବଚ୍ଛିନ୍ନ ବ୍ୟବସ୍ଥା ପରିଚାଳନା ଏବଂ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ । ଏହା ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ସେବା ଯୋଗାଣକୁ ସୁନିଶ୍ଚିତ କରିବା ସହିତ ବିଦ୍ୟୁତ ବିତରଣ ନେଟୱାର୍କର ସ୍ଥିରତାରେ ଉନ୍ନତି ଆଣିବାରେ ସହାୟକ ହେବ ।
“ଏହି ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଂଟର ଓଡ଼ିଶାକୁ ଶକ୍ତି ବିତରଣ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଉନ୍ନତ ଭିତିଭୂମିି ଏବଂ ଜ୍ଞାନକୌଶଳ ସହିତ ଏହା ରାଜ୍ୟ ପାଇଁ ସ୍ଥିର ଏବଂ ବିଶ୍ୱସନୀୟ ଶକ୍ତି ସୁନିଶ୍ଚିତ କରିବ । ଏହା ଭବିଷ୍ୟତରେ ପ୍ରସ୍ତୁତ ଶକ୍ତି ବ୍ୟବସ୍ଥା ପାଇଁ ଆମର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହା ଉଭୟ ଉପଭୋକ୍ତା ଏବଂ ଶିଳ୍ପକୁ ସମର୍ଥନ କରୁଛି । ଓଡ଼ିଶାରେ ବିଦ୍ୟୁତ୍ ବଂଟନକୁ ସୁଦୃଢ଼ କରିବା ଦିଗରେ ଟାଟା ପାୱାରର ଅତୁଟ ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି” ବୋଲି ଉଦଘାଟନ ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କେ. ଭି. ସିଂ ଦେଓ କହିଛନ୍ତି ।
ଉନ୍ନତ ନେଟୱାର୍କ ବିଶ୍ୱସନୀୟତା ଏବଂ ସଠିକ ପରିଚାଳନା ନିୟନ୍ତ୍ରଣ ସୁନିଶ୍ଚିତ କରିବା ପାଇଁ ଏହା ଉନ୍ନତ ବିତରଣ ପରିଚାଳନା ପ୍ରଣାଳୀ (ଏଡିଏମଏସ) ସହିତ ସୁସଜ୍ଜିତ । ଭୌଗୋଳିକ ସୂଚନା ପ୍ରଣାଳୀ (ଜିଆଇଏସ୍) ପ୍ରଯୁକ୍ତି, ସମ୍ପତିି ପରିଚାଳନା ଏବଂ ଉପଭୋକ୍ତା ସୂଚକାଙ୍କକୁ ସୁବ୍ୟବସ୍ଥିତ କରୁଥିବା ବେଳେ ୟୁଟିଲିଟି ଡାଟା ଷ୍ଟ୍ରିମ୍ (ୟୁଡିଏସ୍) ଜିଆଇଏସ୍, ବିଲିଂ ଏବଂ ମିଟର ପରିଚାଳନାର ସମନ୍ୱୟ ମାଧ୍ୟମରେ ଶକ୍ତି ଅଡିଟ୍ କୁ ସ୍ୱୟଂଚାଳିତ କରିଥାଏ । ଏହା ବାସ୍ତବ ସମୟରେ ପାଣିପାଗ ନିରୀକ୍ଷଣ, ଉପଗ୍ରହ ଯୋଗାଯୋଗ ଏବଂ ପରିଚାଳନାଗତ ନିରନ୍ତରତାକୁ ଆହୁରି ସୁଦୃଢ଼ କରିବ ।
ପିଏସସିସି ୩୩ କେଭି ନେଟୱାର୍କ ପରିଚାଳନା କରିଥାଏ, ଯେଉଁଥିରେ ୨୨୪ଟି ସ୍କାଡା-ସମନ୍ୱିତ ପ୍ରାଥମିକ ସବ୍ଷ୍ଟେସନ ଏବଂ ସେମାନଙ୍କ ସହ ଜଡିତ ୧୧ କେଭି ଭିତିଭୂମିି ଅନ୍ତର୍ଭୁକ୍ତ ଯାହା ନେଟୱାର୍କ ବିଶ୍ୱସନୀୟତା ଏବଂ ଦକ୍ଷତାକୁ ସୁଦୃଢ଼ କରୁଛି । ଏହି ସୁବିଧା କେନ୍ଦ୍ରରେ ଏକ ସୁଦୃଢ଼ ଡାଟା ସେଂଟର ରହିଛି ଯେଉଁଥିରେ ୧୦୦ରୁ ଅଧିକ ଥାକ (ରାକ୍) ଏବଂ ୪୦୦ରୁ ଅଧିକ ସର୍ଭର ରହିଛି । ଏହି ଭିତିଭୂମିି ୱେବସାଇଟ୍, ମୋବାଇଲ୍ ଆପ୍, କଲ୍ ସେଂଟର ଏବଂ ବିଲିଂ ସିଷ୍ଟମ୍ ପରି ଗୁରୁତ୍ୱପୂର୍ଣ୍ଣ ଉପଭୋକ୍ତା ସେବାକୁ ସମର୍ଥନ କରୁଛି ।
ବୈଷୟିକ ଦକ୍ଷତା ବ୍ୟତୀତ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍୍ ପାଇଁ ବିପର୍ଯ୍ୟୟ ପୁନରୁଦ୍ଧାର ବ୍ୟବସ୍ଥାକୁ ସୁଦୃଢ଼ କରୁଛି ଏହି କେନ୍ଦ୍ର । ଏହି ପିଏସସିସି ଟିପିସିଓଡିଏଲ ପାଇଁ ମୁଖ୍ୟ ନିୟନ୍ତ୍ରଣ କେନ୍ଦ୍ର (ଏମସିସି) ଏବଂ ଟିପିଡବ୍ଲୁଓଡିଏଲ, ଟିପିଏସଓଡିଏଲ ଏବଂ ଟିପିଏନଓଡିଏଲ ପାଇଁ ବ୍ୟାକଅପ୍ କଂଟ୍ରୋଲ ସେଂଟର (ବିସିସି) ଭାବରେ କାର୍ଯ୍ୟ କରିବ ଯାହା କୌଣସି ସମ୍ଭାବ୍ୟ ବାଧା ସମୟରେ ବ୍ୟବସାୟର ନିରନ୍ତରତାକୁ ସୁନିଶ୍ଚିତ କରିବ । ସେହିଭଳି ସମ୍ବଲପୁରରେ ଥିବା ବିସିସି ସମଗ୍ର ଓଡ଼ିଶାରେ ନିରବଚ୍ଛିନ୍ନ ସେବା ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।
ବିତରଣ ବ୍ୟବସାୟ ହାତକୁ ନେବା ପରଠାରୁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକ ବିଶ୍ୱସନୀୟ ଏବଂ ସ୍ଥାୟୀ ଶକ୍ତି ଯୋଗାଇବା ପାଇଁ କ୍ରମାଗତ ଭାବରେ ସେମାନଙ୍କ ଭିତିିଭୂମିିରେ ଉନ୍ନତି ଆଣିଛନ୍ତି । ଉନ୍ନତ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରକୁ ସ୍ଥାନାନ୍ତର ଉପଭୋକ୍ତା ଏବଂ ଅଂଶୀଦାରଙ୍କ ଲାଭ ପାଇଁ ଉନ୍ନତ ଜ୍ଞାନକୌଶଳର ଉପଯୋଗ କରିବାକୁ ରହିଥିବା କମ୍ପାନିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ପ୍ରଯୁକ୍ତି କେନ୍ଦ୍ର ଉଦ୍ଘାଟନ ଟାଟା ପାୱାର ଓଡ଼ିଶା ଡିସକମ୍ର ପ୍ରଯୁକ୍ତିଭିତିିକ ସୁଦୃଢ଼ ବିଦ୍ୟୁତ ବିତରଣ ବ୍ୟବସ୍ଥା ସୃଷ୍ଟି କରିବାର ସାମୂହିକ ଲକ୍ଷ୍ୟକୁ ଦର୍ଶାଉଛି । ଏହି ଅତ୍ୟାଧୁନିକ ସୁବିଧା ଓଡ଼ିଶା ଡିସକମଗୁଡ଼ିକ ଦେଶର ଅନ୍ୟତମ ଅତ୍ୟାଧୁନିକ ଡିସକମରେ ପରିଣତ କରିବାରେ ସହାୟକ ହେବ ଏବଂ ରିୟଲ୍ ଟାଇମ୍ ନେଟୱାର୍କ ମନିଟରିଂ ଏବଂ ନିରବଚ୍ଛିନ୍ନ ପରିଚାଳନା ମାଧ୍ୟମରେ ୫ କୋଟିରୁ ଅଧିକ ଉପଭୋକ୍ତାଙ୍କୁ ସେବା ଯୋଗାଇବ ।

Leave a Reply

Your email address will not be published. Required fields are marked *