ଭୁବନେଶ୍ୱର,୨୨/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଵୟଂ ସଙ୍ଗୀତ ଗ୍ରୁପ ର ଚତୁର୍ଥ ପଦାର୍ପଣ ଅଭୁଲା ଅତୀତ ମନଛୁଆଁ ଓଡିଆ ସଙ୍ଗୀତ ପରିବେଷଣ ର କାର୍ୟ୍ୟକ୍ରମ ଗତକାଲି ସନ୍ଧ୍ୟାରେ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର କମିଶନର ଡ଼ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଖ୍ୟାତ ଅଭିନେତ୍ରି ସୋଫିଆ ଆଲମ୍, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରାଜ କିଶୋର ଗୋଚ୍ଛାୟତ, ପୂର୍ବତନ ସହ ନିର୍ଦ୍ଦେଶିକା ମତ୍ସ୍ୟ ବିଭାଗ, ଡ଼ ପ୍ରଭାତ ନଳିନୀ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ସୁଲଳିତ ସଙ୍ଗୀତର ଏହି ଅପୂର୍ବ ସନ୍ଧ୍ୟାରେ ହୃଦୟ ସ୍ପର୍ଶ ଜଣାଣ, ମୋତେ ଭାରି ଲାଜଲାଗେ ରୁ କାର୍ୟ୍ୟକ୍ରମ ଆରମ୍ଭ ହୋଇ ସପନ ବିଳାସୀ, ଏମୋର ମାନସି, କେତେ ବଜାଉ ବଇଁଶୀ ରେ, ବଧୂ ହସେ ମଧୁ, ସମୀରେ ଶୁରେ ଗାଇ ପ୍ରଭୃତି ମନଛୁଆଁ ସଙ୍ଗୀତର ପରିବେଷଣ ଶ୍ରୋତାମାନଙ୍କୁ ବହୁ ସମୟ ଧରି ବାନ୍ଧି ରଖିଥିଲା। ତା ସହିତ ଆଧୁନିକ ଗୀତର ସୁମଧୁର ସମ୍ମିଶ୍ରଣ ପରିବେଶକୁ ମତୁଆଲା କରି ଗଢି ତୋଳିଥିଲା।
ସ୍ଵଂୟ ସଙ୍ଗୀତ ଗୃପ୍ ର ଆୟୋଜକ ଶ୍ରୀ ଅଜୟ ରଥ ଙ୍କ ଦିଗଦର୍ଶନ ତଥା ସଙ୍ଗୀତ ଚୟନକୁ ଦର୍ଶକ ଭୂରି ଭୂରି ପ୍ରଶଂସା କରିବା ସହିତ ମମତା ରାଉତରାୟ, ବିଷ୍ଣୁଚରଣ ନାୟକ, ରଜନି ଶତପଥି, ଅର୍ଚ୍ଚନା ପ୍ରଭୃତିଙ୍କୁ ଅନୁଷ୍ଠାନ ତରଫରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଅୟସକାନ୍ତ,ବୁବୁ,ପ୍ରଣତି,ପ୍ରଦୀପ୍ତ, ସଞ୍ଜୟ,ଦେବାଶିଷ,ସୁନୀତା ରଶ୍ମି,ସୁମନ, ଛବି ରେଖା, ମିଲାନିକା, ରାଧାରାଣୀ, ବିଷ୍ଣୁ, ମମତା, ଚିତ, ଚିତରଂଜନ , କାଲିପ୍ରସନ, ସଚି, ସୁଚିତ୍ରା, ପ୍ରଭୃତି ଯୋଗଦେଇଥିବା ବେଳେ ଅତିଥି କଳାକାର ଭାବେ ମମତା ଦାସ ଏବଂ ମନୋରଂଜନ ଦାସ ଉପସ୍ଥିତ ଥିଲେ।। ଉକ୍ତ କାର୍ୟ୍ୟକ୍ରମକୁ ଉପସ୍ଥାପିକା ଅନୁସୁୟା ସାହୁ ସଂଯୋଜନା କରିଥିଲେ।
