ଏ ମହା ସମାବେଶ ରାଜନୈତିକ ପରିବର୍ତନ ମାଧ୍ୟମରେ ଯାଜପୁରର ସାମଗ୍ରିକ ବିକାଶର ଶୁଭାରମ୍ଭ : ମହମଦ ମୋକିମ
ଚଣ୍ଡିଖୋଲ ୨୨/୦୩/୨୦୨୬ (ଓଡ଼ିଶା ସମାଚାର)- ଚଣ୍ଡିଖୋଲର ଧର୍ମଶାଳା ଭଵନରେ ଆଜି ଓଡିଶା ଜନତା କଂଗ୍ରେସର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ ଦଳର ଅନେକ ବରିଷ୍ଠ ନେତା, ବିଶିଷ୍ଟ ସାମାଜିକ କର୍ମୀ, ଶ୍ରମିକ ନେତା ଓ ବୁଦ୍ଧିଜୀବୀ ଆଜି ବିଧିବଦ୍ଧ ଭାବେ ଏହି ମିଶ୍ରଣ ପର୍ବରେ ଓଡିଶା ଜନତା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି । ପାର୍ଟର ସଭାପତି ତଥା ପୂର୍ବତନ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ କି, ଅନନ୍ୟ ମହାଶକ୍ତି ମା ବିରଜାଙ୍କ ଆଶୀର୍ବାଦରେ ଖଣି ଖାଦାନ ଭରା ରତ୍ନଗର୍ଭା ଏ ପବିତ୍ର ଅଂଚଳର ସର୍ବାଙ୍ଗୀନ ବିକାଶର ସଂକଳ୍ପ ନେଇ ଆଜି ମହାବିନାୟକ ଶ୍ରୀ ଗଜାନନଙ୍କ ପବିତ୍ର ମାଟିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା ।
ସାରା ବିଶ୍ୱର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଯାଜପୁରର ଖଣିଜ ସମ୍ପଦର ଅବଦାନ ଅତୁଳନୀୟ । ହେଲେ ସବୁ ଦାନ କରିବା ପରେ ଶାସନରେ ଥିବା ରାଜନୈତିକ ଦଳଙ୍କ ଅପାରଗତା, ଇଚ୍ଛାଶକ୍ତିର ଅଭାବ ଓ ସଂକୀର୍ଣ୍ଣ ମାନସିକତା ଆଜି ସାରା ବିଶ୍ୱରେ ଆମକୁ ନଗଡାର ପରିଚୟ ଦେଇଛି । ଏଠାରେ ବାହାର ରାଜ୍ୟର, ଠିକାଦାର ଶିଳ୍ପପତି ମାଲେମାଲ ହେଉଛନ୍ତି । କିନ୍ତୁ ଯାଜପୁରର ଆଦିବାସୀ ମାନଙ୍କ ସମୂହ ଗୁଳିକାଣ୍ଡ ପରି ନିଷ୍ପେସିତ, ଅବହେଳିତ ହୋଇ ପଡି ରହିଛନ୍ତି । ଓଡିଶା ଜନତା କଂଗ୍ରେସ ପାର୍ଟି ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ନୀତି ଆଧାରରେ ବିଜେପି ବିଜେଡି ଓ କଂଗ୍ରେସର ଲୋକମାରଣ ନୀତି ଛାଡି ସାଧାରଣ ଲୋକଙ୍କ ସ୍ୱର ହୋଇ ତାଙ୍କର ସାମଗ୍ରିକ ବିକାଶର ସଚ୍ଚା ସାଥୀ ହେବ ।
ବର୍ତମାନ ଓଡିଶାର ପ୍ରମୁଖ ସମସ୍ୟ।, ଚାଷୀ ର ଧ।ନ ମଣ୍ଡି , ମହାନଦୀ,ଜଳସେଚନ, ବେରୋଜଗାର, ଶାନ୍ତି ଶୃଙ୍ଖଳା, ମଦ ତଥା ନିଶା କାରବାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବ । ବିଶେଷ କରି ଖଣିଜ, ଜଙ୍ଗଲ, ସମୁଦ୍ର, ପର୍ଯ୍ୟଟନ, ସମ୍ପଦରେ ଭରା ଓଡିଶାକୁ ଅର୍ଥନୈତିକ , ସାମାଜିକ ଓ ନିର୍ମାଣ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ଆମ ପାର୍ଟି ଦିନ ରାତି ଚବିଶ ଘଣ୍ଟା 365 ଦିନ କୌଣସି ବ୍ୟକ୍ତିଗତ କି ରାଜନୈତିକ ସାଲିସ ବିନା ନିରନ୍ତର କାର୍ଯ୍ୟ କରିବ । ଆଜିର ଏହି ମିଶ୍ରଣ ପର୍ବ ରେ ରାଜ୍ୟ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ଜିଲ୍ଲା ପରିଷଦ ର ପୁର୍ବତନ ଅଧ୍ୟକ୍ଷ। ରଂଜିତା ରାଉତ, ଜିଲ୍ଲା କଂଗ୍ରେସ ର ଓ ଵି ସି ସେଲ ନେତା ପ୍ରଶାନ୍ତ କୁମାର ସାହୁ ସୁକିନ୍ଦା କଂଗ୍ରେସ ନେତା ଭବାନୀ ଶଙ୍କର ଦେଓ, ସୁରେନ୍ଦ୍ର ପାତ୍ର, ସେକ ବଦ୍ରିଉଁଦିନ, ଵି ଜେ ପି ନେତା ମନୋରଞ୍ଜନ ନାୟକ ପ୍ରଦୀପ କୁମାର ଧଳ ଵି ଜେ ଡ଼ି ନେତା ଦିଲ୍ଲୀପ କୁମାର ରାଉତ, ଗୁକୁଳ ଚନ୍ଦ୍ର ପରିଡା ଜିଲ୍ଲା ର ବରିଷ୍ଠ କଂଗ୍ରେସ ନେତା ସୁରେଶ ସାହାଣୀ ସଞ୍ଜୟ କୁମାର ରାୟ,ବିଜୟ କୁମାର ଦାସ, ବିଦ୍ୟାଧର ଯେନା ଦଳିତ ନେତା ଜୋଶବନ୍ତ ଯେନା ପ୍ରତାପ କୁମାର ଦାସ, ପ୍ରମିଳା ବେହେରା, ସମେତ ୬୦୦ ଶହ ରୁ ଉର୍ଦ୍ଧ ନେତା ଓ ଆଗ ଧାଡିର କର୍ମୀ ଯୋଗ ଦେଇଥିଲେ ।
