ଯାଜପୁର ,୨୫/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ବିଜୁ ଜନତା ଦଳ ବରୀ ପକ୍ଷରୁ ସ୍ୱାଇଁଖଣ୍ଡ ପଂଚାୟତ ଖରିପଡିଆ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜୟନ୍ତୀ ସମାବେଶ ଉପଲକ୍ଷେ ଏକ ବନ୍ଧୁ ମିଳନ ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଓ କର୍ମୀ ସମ୍ମିଳନୀ ରେ ସାମନ୍ତରାପୁର୍ ପଂଚାୟତ ର ପୂର୍ବତନ ସରପଂଚ ରବି ସାହୁ, ବ୍ଲକ ପୂର୍ବତନ ବିଜେଡି ସଭାପତି ସେକ ସଫିଉଦ୍ଦିନ , ବରୀ ପଂଚାୟତ ସମିତି ସଭ୍ୟ ଶ୍ରୀ ସଂଜୀବ ଜେନା , ପୂର୍ବତନ ବରୀ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା , ଅଧ୍ୟକ୍ଷ ନୀଳମଣି ସାମଲ , ପୂର୍ବତନ ଅତଲାପୂର୍ ସରପଂଚ ପ୍ରଫୁଲ୍ଲ ସାହୁ , ସାଜିଦ ବାବୁ ପ୍ରମୁଖ ଯୋଗ ଦେଇ ଆଗାମୀ ବିଜୁ ଜୟନ୍ତୀ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ବରୀ ରେ ବିକାଶ କୁ ଗୁରୁତ୍ୱ ଦେଉଥିବା ବିଜେଡି ର ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଯାହା ନିଷ୍ପତି ନେବେ ସେମାନେ ତାକୁ ସମର୍ଥନ କରିବେ ବୋଲି ମତବ୍ୟକ୍ତ କରିଥିଲେ । ବରୀ କୁ ଏନଏସି ରେ ଅନ୍ତର୍ଭୁକ୍ତ ନ କରିବା ଆଜି ଏବେକାର ବିଧାୟିକା ଙ୍କ ପାରିବା ପଣିଆ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସେକ ସଫିଉଦ୍ଦିନ , ସେ ଯେତେବେଳେ ବରୀ କଥା ବୁଝୁଥିଲେ ସେବେ ବରୀ ରେ ବ୍ୟାପକ ଉନ୍ନତି ହୋଇଥିଲା , ଏକା ସଙ୍ଗେ ବରୀ ରେ ଦୁଇ ଦୁଇ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନବୀନ ବାବୁ ଙ୍କ ଦୟାରୁ ବରୀ ପାଇଥିଲା । ହେଲେ ଆଜି ବରୀ ର ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି , ଏଠାରେ ବାରମ୍ବାର ବିଡ଼ିଓ , ତହସିଲଦାର ବଦଳ ସାଧାରଣ ଲୋକଙ୍କ କାମ ବିଲମ୍ୱ ହେଉଛି । ଥାନାରେ ଅଭିଯୋଗ ଦେଉଥିବା ଲୋକ କୁ ପୋଲିସ ବାନ୍ଧିଲାଣି ତ ଆସାମୀ ଫେରାର ହୋଇ ବୁଲୁଛି , ବର୍ତ୍ତମାନ ବରୀ ରେ ପୁରୁଣା ବିଜେଡି କର୍ମୀ ଅଲୋଡା ହୋଇପଡ଼ିଛନ୍ତି , ସେମାନଙ୍କୁ ପୁଣି ଏକତ୍ର କରିବା ପାଇଁ ସଂଜୀବ ଜେନା ଙ୍କ ନେତୃତ୍ବରେ ସେ ଲାଗି ପଡ଼ିଥିବା କହିଛନ୍ତି , ଏନେଇ ଆସନ୍ତା ମାର୍ଚ୍ଚ ୭ତାରିଖ ରେ ବରୀ ବ୍ଲକ ରେ ଏକ ବିଶାଳ କର୍ମୀ ସମ୍ମିଳନୀ ହେବା ନେଇ ସେ ସୂଚନା ଦେଇଛନ୍ତି ।