କିଶନନଗର ଠାରେ ଖୋଲିଲା ୯୯ ସୁପର ବଜାର

କଟକ ସଦର,୦୬/୦୬/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଇସ୍କୁଲ ସମ୍ମୁଖସ୍ଥ ଷ୍ଟେଟ ଵ୍ୟାଙ୍କ ଅଫ୍ ଇଣ୍ଡିଆ ର ଉପର ମହଲାରେ ଆଜି ଶୁକ୍ରବାର ପୂର୍ବାହ୍ନରେ ୯୯ ସୁପର ବଜାର ଉଦଘାଟିତ ହୋଇଯାଇଛି।

ଏହାକୁ ବିଳାସ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଷ୍ଟେଟ୍ ବ୍ୟାଙ୍କ୍ କିଶନନଗର ଶାଖା ପ୍ରବନ୍ଧକ ସୈ।ମ୍ୟ ରଂଜନ ପଟ୍ଟନାୟକ, ବିଶିଷ୍ଟ ପ୍ରତିଷ୍ଠିତ ବ୍ୟବସାୟୀ ବାଦଲ କୁମାର ମଲ୍ଲିକ ଉଦଘାଟନ କରିଥିବା ବେଳେ ବାଦଲ କୁମାର ଲେଙ୍କା, ନୃସିଂହ ଚରଣ ସାମଲ, ମହମ୍ମଦ ହାସିମ୍,ହରେନ୍ ମଣ୍ଡଳ, ସୁବୋଧ ରାୟ,ଵିଜୟ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ପରିଚାଳନା ରେ କୈଳାଶ ଚନ୍ଦ୍ର ମଲ୍ଲିକ ସହାୟତା କରିଥିଲେ।

ଗୋଟିଏ ଛାତ ତଳେ ହାତ ପାହାନ୍ତାରେ ବିଭିନ୍ନ ଘରକରଣା ଜିନିଷ ସାଙ୍ଗକୁ ପିଲାମାନଙ୍କର ପୋଷାକ ମିଳୁ ଥିବାରୁ ଉଦଘାଟନ ର‌ ପ୍ରଥମ ଦିନରୁ ନାହିଁ ନଥିବା ଭିଡ ଜମୁଥିଵା ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *