ଇନରହୁଇଲ ତୋଷାଳୀର ହେଲଥ୍ କ୍ୟାମ୍ପ

ଭୁବନେଶ୍ୱର,୨୨/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବର ସ୍ଥିତ ଶହୀଦନଗର ମୁନିସିପାଲିଟି ଅଫିସ ଠାରେ ଇନର ହୁଇଲ ତୋଷାଳୀ ହେଲଥ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଶହୀଦନଗର ର କର୍ପୋରେଟର ଶ୍ରୀମାନ ରାଜକିଶୋର ଦାସ ଉପସ୍ଥିତ ଥିଲେ । ସ୍ପର୍ଶ ହସ୍ପିଟାଲର ଡ଼ାକ୍ତର ମାନେ ଯୋଗଦେଇ ୫୦ ଜଣ ରୁ ଉର୍ଦ୍ଧ ଲୋକଙ୍କର ଶରୀରର ବିଭିନ୍ନ ରୋଗ ପରୀକ୍ଷା କରିଥିଲେ ।

ଡ଼ାକ୍ତର ଶର୍ମିଷ୍ଠା ମହାନ୍ତି, ଡ଼ାକ୍ତର ସ୍ନାତି ସୁଚରିତା ସାହୁ, ଡ଼ାକ୍ତର ଅନୁରାଗ ପ୍ରଭୃତି ଉପସ୍ଥିତ ଥିଲେ । ଇନରହୁଇଲ ତୋଷାଳୀର ସଭାପତି ଶ୍ରୀମତୀ ସୋନାଲା ମୁଖାର୍ଜୀ, ସମ୍ପାଦିକା ଶ୍ରୀମତୀ ସୁପ୍ରିୟା ପୃଷ୍ଟି ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ୟ୍ୟକ୍ରମ ଟିକୁ ସୁଚାରୁରୂପେ ତଦାରଖ କରିଥିଲେ ।

Leave a Reply

Your email address will not be published. Required fields are marked *