କଟକ ସଦର, ୨୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମୁସଲିମ୍ ସମ୍ପ୍ରଦାୟର ସବୁଠାରୁ ବଡ଼ ପବିତ୍ର ଇଦ୍ ଉଲ୍ ଫିତର୍ ପର୍ବ ଆଜି ଶନିବାର ଦିନ କଟକ ସଦର ଅଞ୍ଚଳରେ ମହାସମାରୋହରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ଗତ ଫେବୃଆରୀ ୧୯ ତାରିଖରୁ ପବିତ୍ର ରମଜାନ୍ ମାସ ଆରମ୍ଭ ହୋଇଥିଲା। ଏହା ପରଠାରୁ ମାସଟିଏ ଧରି ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ଦିନ ତମାମ କାଷ୍ଠା ଉପବାସ କରିଥିଲେ।
ତେବେ ପରମ୍ପରା ଅନୁସାରେ ଆକାଶରେ ଚାନ୍ଦ ଦେଖିଵା ପରଦିନ ପବିତ୍ର ଇଦ୍ ପର୍ବ ପାଳନ ହୋଇଥାଏ। ଏହି କ୍ରମରେ ଗୁରୁବାର ଦିନ ଚାନ୍ଦ ଦେଖିବାକୁ ମିଳିନଥିବାରୁ ଗତକାଲି ଶୁକ୍ରବାର ଦିନ ସମସ୍ତେ ରମଜାନ୍ ମାସର ଶେଷ ଉପବାସ ରଖି ଆଜି ଶନିବାର ଭାଇଚାରାର ପବିତ୍ର ଇଦ୍ ପର୍ବ ପାଳନ କରୁଥିବା ଜଣାପଡିଛି।
ଏଥିପାଇଁ ଵୈୟାଳିସମୈ।ଜା ରାଉତ୍ରାପୁର, ଦେଓପୁର, ଆୟତପୁର, ସୋମପୁର ,ଥୋରିଆପଡା,ଵାଲିସୁକ୍ରି,ନାରଦା,ପୋଖରୀହୁଡା,ନମାଜ ପଡିଆ, ପ୍ରହରାଜପୁର, ଗଡମା,ସିର୍ଲୋ, ନେମାଳ, ବାବୁଜଙ୍ଗ,ମହମଦ ପୁର , ପ୍ରଭୃତି ଅଞ୍ଚଳରେ ଇଦଗାହ ସମେତ ବିଭିନ୍ନ ମସଜିଦ ମାନଙ୍କରେ ଇଦର ନମାଜ ପାଠ କରାଯାଇଛି। ଏଥିସହିତ ବିଭିନ୍ନ ମୁସଲିମ ସାହି ବସ୍ତିରେ ଭୋଜିଭାତ ସାଙ୍ଗକୁ ବିଭିନ୍ନ ଆୟୋଜନ ମାନ ଆୟୋଜିତ ହୋଇଥିବା ବେଳେ ସଜେଇ ହୋଇଛି ସାହି,ବସ୍ତି ଓ ଧର୍ମାନୁଷ୍ଠାନ।
