କଟକ ସଦର, ୨୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକର ୨ୟ ଵାଇମୁଣ୍ଡି, କର୍ମଯୋଗୀ,ସ୍ପଷ୍ପଵାଦୀ ଏଵଂ ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କଟକ ବାରବାଟି ଷ୍ଟାଡିୟମ ସନ୍ନିକଟ ଦୟାଶ୍ରମ ପାର୍କ ଠାରେ ଆଜି ଶନିବାର ଦିନ ଅନାବରଣ ହୋଇଥିଵା ଜଣାପଡିଛି।
କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ନିର୍ମିତ ଉକ୍ତ ପ୍ରତିମୂର୍ତ୍ତିକୁ ମେୟର ସୁବାସ ସିଂହ ଅନାବରଣ କରିଥିଲେ। ରିଙ୍ଗ୍ ରୋଡ଼, ପ୍ରଥମ ଫ୍ଲାଏ ଓଭର ବ୍ରିଜ୍,ଇଣ୍ଡୋର ଷ୍ଟାଡିୟମ, ଶାରଳା ଭବନ ପ୍ରଭୃତିର ପ୍ରତିଷ୍ଠାତା ତଥା ବହୁ ଜନହିତକର ସ୍ରଷ୍ଟା ଥିଲେ କର୍ମଯୋଗୀ ବସନ୍ତ ବିଶ୍ବାଳ।
ଏହି ଅବସରରେ ମେୟର ସୁବାସ ସିଂହ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଏହି ଗରିମାମୟ କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ବିଶ୍ଵାଳଙ୍କ ଜନସେବା ମୂଳକ ଜୀବନ ଓ ଅମର ଅବଦାନକୁ ସ୍ମରଣ କରି ଗଭୀର ଶ୍ରଧାସୁମନ ଅର୍ପଣ କରିଥିଲେ।
