କଟକ ସଦର,୧୯/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ତେଲଦିଆ ଗ୍ରାମର ଯୁବ ସମାଜସେବୀ ବଂଶୀଧର ସାହୁ (ବଇନ) ଙ୍କର ଆଜି ଗୁରୁବାର ସକାଳେ (୬୪) ବୟସରେ ପରଲୋକ ଘଟିଥିବା ଜଣାପଡିଛି।
ସିଏ ଜଣେ ମିଷ୍ଟଭାଷୀ ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ବହୁ ବ୍ୟକ୍ତିବିଶେଷ ତାଙ୍କ ଘରେ ପହଞ୍ଚି ଶଵାଧାରରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ସିଏ କିଛି ଦିନ ହେଲା ଦୂରାରୋଗ୍ୟ ବ୍ୟାଧିର ଶୀକାର ହୋଇ ଚିକିତ୍ସାଧିନ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।
