ନଈକୁ ଡେଇଁ ହତାସ ପ୍ରେମିକର ଆତ୍ମହତ୍ୟା ଘଟଣାକୁ ୪ ଦିନ ବିତିଲା,ଶଵ ମିଳୁନାହିଁ କି ପୋଲିସର କାର୍ୟ୍ୟାନୁଷ୍ଠାନ ନଥିବା ଅଭିଯୋଗ

କଟକ ସଦର, ୬/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ମହମ୍ମଦ ପୁର ଗ୍ରାମର ଜନୈକ ୩୪ ବର୍ଷିୟ ଯୁବକ ନିଳମଣୀ ପାତ୍ର ପ୍ରେମରେ ଧୋକା ଖାଇ ଗତ ୨ ତାରିଖ ଭୋର ସମୟରେ ନରେନ୍ଦ୍ରପୁର ପୋଲ ଉପରୁ ଚିତ୍ରୋତ୍ପଳା ନଦୀକୁ ଡେ଼ଇଁ ଆତ୍ମହତ୍ୟା କରିବା ଘଟଣାକୁ ଚାରିଦିନ ବିତିଯାଇଥିଲେ ବି ଏପର୍ୟ୍ୟନ୍ତ ଶଵ ଉଦ୍ଧାର ହୋଇପାରିନଥିଵାରୁ ପରିବାର ଲୋକେ ମାନସିକ ଦୁଃଖରେ ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ନିଳମଣୀଙ୍କ ସହିତ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ପ୍ରେମିକା ଭାବେ ସମ୍ପର୍କରେ ଥିବା ଜନୈକା ଯୁବତୀ ଶେଷରେ ଵିଭାହେଵାକୁ ମନାକରି ପ୍ରତାରଣା କରିଥିବାରୁ ପ୍ରେମିକ ଆତ୍ମହତ୍ୟାର ବାଟ ବାଛି ନେଲେ ବୋଲି ଅଭିଯୋଗ ହେଉଛି। ପ୍ରେମିକା ଓ ତାଙ୍କ ପରିବାର ଲୋକେ ନିଳମଣୀ ଙ୍କୁ ମାନସିକ ଯନ୍ତ୍ରଣା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି ଵୋଲି ଦର୍ଶାଇ ବଡ ଭାଇ ଉତ୍ତମ ପାତ୍ର ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ କେବଳ ମାମଲା ରୁଜୁ କରି ଚୁପ ହୋଇ ଵସିରହିଥିଵା ଅଭିଯୋଗ ହେଉଛି। ତୁରନ୍ତ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କ ବିରୁଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବାପାଇଁ ପୋଲିସ ନିକଟରେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *