କଟକ ସଦର, ୦୩/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତର ସରକାରୀ ତରଡାପଡା ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈ।ଶର ଅଲ୍ଲୀ ଖାଁ ଙ୍କୁ ଶନିବାର ଦିନ ଵିଦ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ ସିଆରସିସି ଶେଖ୍ ସିରାଜୁଲା ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଏଵିଓ ହାଜି ଅତାଉର ରହେମାନ, ସରପଂଚ ଅବଦୁଲ ୱ। ହିଦ୍ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ, ରଘୁନାଥପୁର ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ପଣ୍ଡା, ସିଆରସିସି ଶେଖ୍ ଅବଦୁଲ ଵୁରହାନ, ପ୍ରହରାଜପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସଜନୀ ଦାସ, ନାରଦା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହମ୍ମଦ ଇମତିଆଜ ଖାଁ, ମଦ୍ରାସା ର ପ୍ରଧାନ ଶିକ୍ଷକ ମୈ।ଲାନା ମୋତିଉର ରହେମାନ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ କୈ।ଶରଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ପରିଚାଳନା ରେ ଵିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିଦା ଖାତୁନ ସହାୟତା କରିଥିଲେ ।
ପ୍ରଧାନ ଶିକ୍ଷକ କୈ।ଶର ଅଲ୍ଲୀ ଖାଁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
