ବ୍ୟବସାୟୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ

ନିଶ୍ଚିନ୍ତକୋଇଲି ,୦୭/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟକ ଚାନ୍ଦବାଲି ସଡ଼କ ପାର୍ଶ୍ୱ ପଣସ ପଡିଆ ଠାରେ ସିମେଣ୍ଟ ରଡ଼ ଆଦି ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କୁ ମରଣାତ୍ମକ ଆକ୍ରମଣ କରି   ଟଙ୍କା ଓ ବେକରୁ ସୁନା ଚେନ ଆଦି ଲୁଟ କରିଛନ୍ତି । ଘଟଣାରୁ ପ୍ରକାଶ,କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗୋପପୁର ପଣସପଡିଆ ଛକ ନିକଟରେ  ଦିବାଲୋକରେ  ପାଟେଶ୍ୱରୀ ଟ୍ରେଡ଼ର୍ସ ର ପ୍ରୋପାଇଟର ଅଜୟ କୁମାର ସ୍ୱାଇଁ ଙ୍କୁ ଦୋକାନ ରେ ବସିଥିବା ବେଳେ ଏକ ବୋଲେରୋ ଗାଡ଼ିରେ ୩ ଜଣ ଦୁର୍ବୃତ୍ତ ଦୋକାନ ଭିତରକୁ ପଶି  ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଏକ ଲୁହା ଚେନ ରେ  ଆକ୍ରମଣ କରି ମୁଣ୍ଡ ଫଟାଇ ଦେବା ସହ ଦୋକାନ ରେ ଥିବାନଗଦ  ଟଙ୍କା  ଓ ପିନ୍ଧିଥିବା ସୁନା ଚେନ  ଲୁଟି ନେଇ ପଳାଇଥିଲେ। ସ୍ଥାନୀୟ ଲୋକେ ଆହତ ବ୍ୟବସାୟୀ ଅଜୟ ସ୍ୱାଇଁ ଙ୍କୁ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି  ଥାନାରେ ଅଭିଯୋଗ ପରେ ପୋଲିସ ସିସି ଟିଭି ଆଧାରରେ ତଦନ୍ତ କୁ ଜୋରଦାର କରିଛି |

Leave a Reply

Your email address will not be published. Required fields are marked *