ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ 

ଭୁବନ,୨୦/୦୩/୨୦୨୬ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ  ଅନୁଷ୍ଠିତ  ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି। ଗତ ମାର୍ଚ୍ଚ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ମାର୍ଚ୍ଚ ୧୯ ତାରିଖରେ ଶେଷ ହୋଇଥିଲା ।

ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ( ଆଜି) ପ୍ରଶିକ୍ଷଣ ନେଇଥିବା +୩ ପ୍ରଥମ ବର୍ଷର ସମୁଦାୟ ୧୨୬ ଜଣ ଛାତ୍ରୀ ଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମ ସଂଯୋଜିକା ଡଃ ମମତା ପାତ୍ର, ଶାରୀରିକ କ୍ରୀଡା ଶିକ୍ଷକ ଗଦାଧର ସାହୁ , ମାଷ୍ଟର ଟ୍ରେନର ଶିଲା ବେହେରା ଓ ଅନିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *