ସାଲେପୁର,୦୫/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବଟେଶ୍ବର ଗ୍ରାମ ନିକଟସ୍ଥ ଚିତ୍ରୋତ୍ପଳା ନଦୀରେ ପାଣି ଉଠାଇବା ବେଳେ ଜଣେ ଯୁବ କାଉଡିଆ ସୋମବାର ଭାଷିଯାଇ ନିଖୋଜ ଥିଲେ । ସେ କାଶୀପୁର ଗ୍ରାମର ରବିନ୍ଦ୍ରନାଥ କରଙ୍କ ପୁଅ ଅମୃତ କୁମାର କର । ଆଜି ନିଖୋଜ ଥିବା ଅମୃତ ଙ୍କ ମୃତଦେହ ଚିତ୍ରୋତ୍ପଳା ନଦୀ ପାଣି ରୁ ଉଦ୍ଧାର କରାଯାଇଛି।
ସୂଚନା ମୁତାବକ,ଗତକାଲି ଶ୍ରାବଣ ମାସର ଶେଷ ସୋମବାର ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଅମୃତ କୁମାର ଚିତ୍ରୋତ୍ପଳା ନଦୀକୁ ପାଣି ଉଠାଇବାକୁ ଯାଇଥିଲେ । ପାଣି ଉଠାଇବା ସମୟରେ ନଦୀର ପ୍ରଖର ସ୍ରୋତରେ ଅମୃତ କୁମାର ଭାସିଯାଇ ନିଖୋଜ ହୋଇଯାଇଥିଲେ । ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ଚିତ୍ରୋତ୍ପଳା ନଦୀ ପାଣିରେ ଖୋଜା ଖୋଜି କରିଥିଲେ ମଧ୍ୟ ଅମୃତ କୁମାର ଙ୍କର ପତା ପାଇପାରିନଥିଲେ । ଆଜି ନିଖୋଜ ଅମୃତ କୁମାର ଙ୍କ ମୃତଦେହ ଚିତ୍ରୋତ୍ପଳା ନଦୀ ପାଣିରେ ଭାସୁଥିବା ଦେଖି ଅଗ୍ନିଶମ ବାହିନୀ ସାହାଯ୍ୟରେ ଚିତ୍ରୋତ୍ପଳା ନଦୀ ପାଣିରୁ ଅମୃତ କୁମାର ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସାଲେପୁର ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି।
