ବିଦ୍ୟୁତ୍ ଶୋଷଣ ବିରୁଦ୍ଧରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ତରଫରୁ ଗଣ କନଭେନସନ୍

ଭୁବନେଶ୍ୱର,୨୨/୦୧/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟରେ ବିଦ୍ୟୁତ୍ ବିତରଣ ଓ ବିଲ୍ ଆଦାୟ ଜନିତ ସମସ୍ୟାରେ ରାଜ୍ୟର ସାଧାରଣ ଜନତା ଜର୍ଜରିତ  । ଉପଭୋକ୍ତାଠାରୁ ଅତ୍ୟଧିକ ବିଦ୍ୟୁତ୍ ବିଲ୍ ଆଦାୟ, ସ୍ମାର୍ଟ ମିଟର ସଂଯୋଗ ସାଙ୍ଗକୁ ଅତିରିକ୍ତ ସିକୁ୍ୟରିଟି ଜମାରାଶି ଆଦାୟ ଭଳି ଟି.ପି.ସି.ଓ.ଡି.ଏଲ୍ ର ନିଷ୍ପତି ବିଦ୍ୟୁତ୍ ଉପଭୋକ୍ତା ମାନଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଛି  ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣସଂଗଠନ, କୃଷକ ଓ ଶ୍ରମିକ ସଂଗଠନ ତଥା ଛାତ୍ର ଓ ଯୁବ ସଂଗଠନ ଓ ବୁଦ୍ଧିଜୀବୀ ମାନଙ୍କର ଏକ ଗଣ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ପଂଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି  ।  ବିଦ୍ୟୁତ୍ ଦର କମାଇବା, ସମସ୍ତ ଉପଭୋକ୍ତାଙ୍କୁ ମାସିକ ୩୦୦ ୟୁନିଟ୍ ବିଦ୍ୟୁତ୍ ଛାଡ଼, ଚାଷ ଓ ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇବା, ସମସ୍ତ ମଧ୍ୟମ, କ୍ଷୁଦ୍ର ଓ ଗୃହ ଶିଳ୍ପକୁ ୫୦% ବିଦ୍ୟୁତ୍ ଛାଡ଼, ପର୍ଯ୍ୟଟନ ଶିଳ୍ପ ସହିତ ସମ୍ପର୍କିତ ସମସ୍ତ ସଂସ୍ଥାରୁ ବିଦ୍ୟୁତ୍ ଛାଡ, ସ୍ମାର୍ଟ ମିଟର ଉଚ୍ଛେଦ କରାଇବା, ଇଚ୍ଛାଧୀନ କରାଇବା ତତ୍ସହ  ସ୍ୱତନ୍ତ୍ର ଅତିରିକ୍ତ ସୁରକ୍ଷା ଅର୍ଥ ଦାଖଲକୁ ବନ୍ଦ, ବିଦ୍ୟୁତ୍ ଅଡିଟ୍ କୁ ସର୍ବସାଧାରଣ କରାଇବା ପ୍ରଭୃତି ବିଷୟବସ୍ତୁକୁ ନେଇ ଆଲୋଚନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଥିଲା  ।

ଏହି ଗଣ ସମ୍ମିଳନୀରେ ବିଜୁ ଜନତା ଦଳ, ଭାରତୀୟ ଜାତୀୟ କଂଗ୍ରେସ, ସି.ପି.ଆଇ., ସି.ପି.ଆଇ (ଏମ୍), ସି.ପି.ଆଇ (ଏମ୍-ଏଲ୍) ଲିବରେସନ୍, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ସି.ପି.ଆଇ (ଏମ୍-ଏଲ୍) ରେଡ୍ ଫ୍ଲାଗ୍, ଏନସିପି (ଶରତ ପାୱାର), ରାଷ୍ଟ୍ରୀୟ ଜନତା ଦଳ, ଅଲ ଇଣ୍ଡିଆ ଇଲେକ୍ଟି୍ର କଞ୍ଜୁମର ଆସୋସିଏସନ୍, ଆଇ.ଏନ୍.ଟି.ୟୁ.ସି., ସିଟୁ, ଏ.ଆଇ.ଟି.ୟୁ.ସି., ଏ.ଆଇ.ସି.ଟି.ୟୁ.  । ଏହି ଗଣ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବ୍ରଜ କିଶୋର ତ୍ରିପାଠୀ, ଜଗନ୍ନାଥ ପଟ୍ଟନାୟକ, ବିଜୟ କୁମାର ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରବି ଦାସ, ଜ୍ୟୋତିରଂଜନ ମହାପାତ୍ର, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ସୁରେଶ ପାଣିଗ୍ରାହୀ,  ମହେନ୍ଦ୍ର ପରିଡ଼ା, ଆଶିଷ କାନୁନଗୋ, ପ୍ରମିଳା, ରାଧାକାନ୍ତ ସେଠୀ, ଅଶୋକ ପ୍ରଧାନ, ବାଳଗୋପାଳ ମିଶ୍ର, ହେମନ୍ତ କୁମାର, ପୂର୍ଣ୍ଣଚନ୍ଦ୍ର ପାଢୀ, କିଶୋର ଜେନା, ବିକ୍ରମ ସ୍ୱାଇଁ, ମାନସ ଜେନା, ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *