ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପୁନର୍ଗଠିତ, ଆଲୋକ ମହାନ୍ତି ଉପସଭାପତି,ନିର୍ମଳ ଦାସ କଟକ ଜିଲ୍ଲା ସଭାପତି

କଟକ ସଦର,୧୯/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢୀ ଇତିମଧ୍ୟରେ ତାଙ୍କର କମିଟି ପୁନର୍ଗଠନ କରିଥିବା ଜଣାପଡିଛି। ଏଥିରେ କଟକ ସଦର ନିର୍ବାଚନମଣ୍ଡଳୀ ବିଜେପି ର ଦୃଢ଼ ସଂଗଠକ ଆଲୋକ ଚନ୍ଦ୍ର ମହାନ୍ତି ଙ୍କୁ ରାଜ୍ୟ ଉପସଭାପତି ଭାବେ ଦାୟିତ୍ଵ ମିଳିଥିଲା ବେଳେ ପରମହଂସ ପଞ୍ଚାୟତ ର ପୂର୍ବତନ ସରପଂଚ ତଥା ନିଆଳି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରଭାରୀ ଥିବା ନିର୍ମଳ ଦାସ(ହରି) ଙ୍କୁ କଟକ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି। ଏଥିପାଇଁ କଟକ ସଦର ରେ ଖୁସିର ଲହରୀ ଖେଳିଯାଇଥିଲା ବେଳେ ତାଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି। ନୂତନ ନିଯୁକ୍ତି କୁ ସ୍ୱାଗତ କରି କୃଷକ ସଂଘ ସଭାପତି ଦେଵୀ ପ୍ରସାଦ ପତି ଓ ଓଡିଶା ରାଷ୍ଟ୍ରଵାଦୀ ସଂଘ ସଭାପତି ଇଂ ଗିରିଜା ଶଙ୍କର ପତି ପ୍ରମୁଖ ଉଭୟ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *