କଟକ ସଦର,୧୯/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସହରର ଜଣାଶୁଣା ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ବକ୍ସିବଜାର ଵଣିଆସାହି ର ରଣଜିତ ସିଂହ ଙ୍କର ୭୨ ବର୍ଷରେ ହୃଦଘାତରେ ପରଲୋକ ଘଟିଛି।
ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ବହୁ ବ୍ୟକ୍ତିବିଶେଷ ତାଙ୍କ ଘରେ ପହଞ୍ଚି ଶଵାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁଅ ତେଜେଷ୍କର ସିଂହ ମୁଖାଗ୍ନୀ ଦେଇଥିଲେ।
