ଶୈକ୍ଷିକ ପ୍ରଶିକ୍ଷଣ ନିମନ୍ତେ ବିଦ୍ୟାର୍ଥୀ ଙ୍କ ଭୁବନେଶ୍ୱର ଗସ୍ତ 

ଭୁବନ ୧୯/୦୩/୨୦୨୬ (ଓଡ଼ିଶା ସମାଚାର)- ପିଏମ ଶ୍ରୀ ଶୈକ୍ଷିକ ପ୍ରଶିକ୍ଷଣ ଯୋଜନାରେ ଭୁବନ ଉଚ୍ଚ ବିଦ୍ୟାଳୟର ଷଷ୍ଠ ରୁ ଦଶମ ଶ୍ରେଣୀର ୩୦୦ ବିଦ୍ୟାର୍ଥୀ ୫ ଟି ବସରେ ଭୁବନେଶ୍ୱର ଗସ୍ତ କରି ଆଞ୍ଚଳିକ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ଫେରିଛନ୍ତି ।

ପୂର୍ବାହ୍ନରେ ଚକେଇସିଆଣି ଠାରେ ମା ପାଟଦେଇ ଙ୍କ ଦର୍ଶନ କରିଥିଲେ । ଅପରାହ୍ନରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ବିଜ୍ଞାନର ପ୍ରୟୋଗାତ୍ମକ ବିଷୟ ଗୁଡିକର ଅନୁଭୂତି ସଂଗ୍ରହ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ୍ ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ଆଲୁମିନି ସଭାପତି ଇଂ ଦେବେନ୍ଦ୍ର ପୃଷ୍ଟି,ପରିଚାଳନା କମିଟି ସଭାପତି କେଦାର ଦାସ ଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *