ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ 

ଜୁନାଗଡ଼, ୩୧/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସି ପରିସରରେ ଆଜି ସହରର ୧୨ଟି ୱାର୍ଡର ହିତାଧିକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ   ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର,ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଉପ ନଗରପାଳ ହିମାଦ୍ରୀ ନାଏକ ,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଲ ଏବଂ ସମସ୍ତ କାଉନସିଲର ଯୋଗ ଦେଇଥିଲେ । ସହରରେ ୨୦୬ ଜଣ ହିତାଧିକାରୀଙ୍କୁ କର୍ଯ୍ୟାଦେଶ  ପ୍ରଦାନ କରାଯାଇଥିଲା । ମନୋଜ ବେହେରା ମଞ୍ଚ ପରିଚଳନା କରିଥିଲେ ।

Leave a Reply

Your email address will not be published. Required fields are marked *