କେନ୍ଦ୍ରାପଡା ଜିଲା କରଣ ସମାଜ ପକ୍ଷରୁ ଦହିପାଣି ବଂଟନ

କେନ୍ଦ୍ରାପଡ଼ା, ୦୧/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା କରଣ ସମାଜ ପକ୍ଷରୁ ପୁରୁଣା ଜିଲା କୋର୍ଟ ସନ୍ନିକଟ ରାସ୍ତା ପାଶ୍ୱର୍ରେ ଦହିପାଣି ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ ଉଦଘାଟନ କରିଥିଲେ ।କରଣ ସମାଜ ସଭାପତି ସୁଧାଂଶୁ ଶେଖର ରାୟ ଓ ସମ୍ପାଦକ ଲୋହିତ କୁମାର ମହାନ୍ତିଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହି ରାସ୍ତାଦେଇ ଯାଉଥିବା ଶହ ଶହ ଲୋକ ପ୍ରବଳ ଖରାରେ ଦହିପାଣି ପିଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ଓକିଲ ସଂଘ ସଭାପତି ରବିନାରାୟଣ ମହାନ୍ତି, ସମ୍ପାଦକ ନିହାରରଞ୍ଜନ ମହାପାତ୍ର, ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ମନୋଜ କୁମାର ମହାନ୍ତି, ସମାଜର ସଂଗଠନ ସମ୍ପାଦକ ବିଚିତ୍ର କୁମାର ମହାନ୍ତି, ଉପସଭାପତି ବସନ୍ତ କୁମାର ଦାସ, ଶୈଳେନ୍ଦ୍ର କୁମାର ମହାନ୍ତି, ସମାଜସେବୀ ରଞ୍ଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *