ଭୁବନେଶ୍ୱର, ୧୩/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜନଜାତୀୟ ଗୌରବ ବର୍ଷ ପାଳନ ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI)ଠାରେ ପାରମ୍ପରିକ ପରଜା ଏବଂ ଧୁରୁଆ ନୃତ୍ୟ ପରିବେଷଣର ଆୟୋଜନ କରାଯାଇଥିଲା । 
ଏହି କାର୍ଯ୍ୟକ୍ରମରେ SCSTRTI ନିର୍ଦ୍ଦେଶକ ଶ୍ରୀ ସୁଧାକର ଶବର ଏବଂ ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାରଙ୍କ ସହିତ ପ୍ରତିଷ୍ଠାନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ୧୦୦ ରୁ ଅଧିକ ପରିଦର୍ଶକ ଏବଂ ପ୍ରାୟ ୨୦୦ ସ୍କୁଲ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ କୋରାପୁଟରୁ ଆସିଥିବା ପରଜା ଏବଂ ଧୁରୁଆ ନୃତ୍ୟ କଳାକାରଙ୍କୁ ନିର୍ଦ୍ଦେଶକ ସମ୍ମାନିତ କରିଥିଲେ ଏବଂ ସେମାନଙ୍କ ଅସାଧାରଣ ପ୍ରୟାସକୁ ପ୍ରଶଂସା କରିଥିଲେ ।
-0-
ରୋଜାଲିନ୍ ସାହୁ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
