ନିଶ୍ଚିନ୍ତକୋଇଲି ୧୮/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା, କଟରପଡା ପଂଚାୟତ ର ଗୌଡ଼ବିସିଗାଁ ର ୯ନଂ କେନାଲ ନିକଟସ୍ଥ ଗୋଟିଏ ସାହାଡ଼ା ଗଛ ରେ ଜନୈକ ବ୍ୟକ୍ତି ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଝୁଲନ୍ତା ମୃତଦେହଟି ଗୌଡ଼ବିଶି ଗାଁ ର କରୁଣାକର ତରାଇ ଙ୍କ ର ବୋଲି ସୂଚନା ମିଳିଛି। କରୁଣାକର ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି ।

ଘରେ ପାରିବାରିକ ଅଶାନ୍ତି କାରଣ ରୁ ୭/୮ ଦିନ ହେବ ଘର ଛାଡ଼ି ଅନ୍ୟତ୍ର ରହୁଥିବାର ମୃତକ ଙ୍କ ପୁଅ ସୂଚନା ଦେଇଛନ୍ତି।ହେଲେ ଆଜି ସକାଳୁ ଗ୍ରାମବାସୀ ଝୁଲନ୍ତା ଅବସ୍ଥାରେ କରୁଣାକର ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର କୁ ଖବର ଦେଇଥିଲେ।ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଶ୍ଚିନ୍ତକୋଇଲି ଥାନାକୁ ଖବର ଦେଇଥିଲେ।ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ କୁ ଜବତ କରିବା ସହିତ ସାଇଣ୍ଟିଫିକ ଟିମ୍ ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସହାୟତା ରେ ତଦନ୍ତ କରୁଛି । ତଦନ୍ତ ପରେ ସ୍ପଷ୍ଟ ହେବ ଏହା ଆତ୍ମହତ୍ୟା ନା ହତ୍ୟା।
