ଜଗତସିଂହପୁର, ୧୭/୦୩/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ପ୍ରଶାସନ ଓ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ଜଗତସିଂହପୁର ଜିଲ୍ଲାରେ ବ୍ଲକ୍ ଓ ମଣ୍ଡଳ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।୮ ରୁ ୧୪ ବର୍ଷ ର କ୍ରୀଡାବିତ୍ ମାନଙ୍କୁ ଚୟନ କରି ସେମାନଙ୍କୁ ସ୍ପୋର୍ଟସ ହଷ୍ଟେଲରେ ପ୍ରବେଶ ସୁଯୋଗ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ।
ଏହା ୩ ଗୋଟି କ୍ରୀଡ଼ା(ଆଥଲେଟ୍, ଖୋ – ଖୋ, ଭଲିବଲ୍) ବିଭାଗ ରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଚୟନ ପ୍ରକ୍ରିୟା କରାଯିବ। ଆଥଲେଟ୍ ୧୮.୦୩.୨୬, ଖୋ- ଖୋ ୨୨.୦୩.୨୦୨୬ ଓ ଭଲିବଲ୍ ୨୫.୦୩.୨୦୨୬ ରେ ଯେଉଁମାନେ ପଞ୍ଜୀକୃତ କରିଛନ୍ତି ଓ ଯେଉଁମାନଙ୍କର ପଞ୍ଜୀକୃତ କରିବାକୁ ଇଛା ସେହିମାନେ ଏହି ନିର୍ଦ୍ଦିଷ୍ଟ ବୟସ ସୀମାରେ ଚୟନ ପ୍ରକ୍ରିୟାରେ ଭାଗ ନେଇପାରିବେ। ଏହି କାର୍ଯ୍ୟକ୍ରମ ସକାଳ ୭ ରୁ ୫ ଘଟିକା ପର୍ଯ୍ୟନ୍ତ ହେବ।
