ଜିଲା କଂଗ୍ରେସ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡ଼ା,୨୭/୦୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ ଜିଲା କଂଗ୍ରେସ ଭବନ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପୂର୍ବତନ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ଭବନ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ରାଜ୍ୟ ସଂଖ୍ୟାଲଘୁ କଂଗ୍ରେସ ସାଧାରଣ ସମ୍ପାଦକ ସୟଦ ଅବଦୁଲ ସତାର, ସର୍ବେଶ୍ୱର ସେଠୀ,ହରିଶ ପଟ୍ଟନାୟକ, ଗୌରାଙ୍ଗ ମଳିକ ପ୍ରମୁଖ ଯୋଗଦେଇ ଦେଶବନ୍ଦନା ଗାନ କରିଥିଲେ ।

Leave a Reply

Your email address will not be published. Required fields are marked *