ଗରଦପୁର,୧୬/୦୩/୨୦୨୬(ଓଡ଼ିଶା ସମାଚାର)-ଆଜି ପାଟକୁରା ଅଂଚଳରେ ଅପରାହ୍ନରେ ହଠାତ୍ କାଳ ବୈଶାଖି ସାଙ୍ଗକୁ ଘଡ଼ଘଡ଼ି,ବଜ୍ରପାତ ବର୍ଷା ହୋଇଛି । ବଜ୍ରପାତରେ ଗୋଟିଏ ମଇଁଷି ର ମୃତ୍ୟୁ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ସାଢ଼େ ୨ ଟାରେ ହଠାତ୍ ଆକାଶରେ କଳା ହାଣ୍ଡିଆ ମେଘ ଘୋଟି ଆସିବା ସହିତ କାଳବୈଶାଖି ଦେଖାଦେଲା ।
କୂଆ ପଥର ବର୍ଷା, ଘନ ଘନ ବିଜୁଳି ଓ ଘଡ଼ଘଡ଼ି ଫଳରେ ଜନ ଜୀବନ ଠପ୍ ହୋଇ ଯାଇଥିଲା । କେତେକ ସ୍ଥାନରେ ଗଛ ଡ଼ାଳ ସବୁ ଭାଙ୍ଗି ରାସ୍ତାରେ ପଡ଼ିଥିଲା । ତଳକୁସୁମା ପଂଚାୟତ ବଙ୍ଗାରୀ ଗ୍ରାମସ୍ଥିତ ଅନ୍ଧବର ପାଟରେ ମଇଁଷି ଚରୁଥିବା ସମୟରେ କାଳ ବୈଶାଖି ଓ ବିଜୁଳି ଘଡ଼ଘଡ଼ିରେ ତଳକୁସୁମା ଗ୍ରାମ ର ଉତମ ଦାସ୍ ଙ୍କର ଏକ ମାଇ ମଇଁଷି ଉପରେ ବଜ୍ରପାତ ଫଳରେ ମଇଁଷି ଟି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥଲା ଏବଂ ୭୦ରୁ ଉଦ୍ଧ୍ୱର୍ ମଇଁଷି ଏଣେ ତେଣେ ଦୌଡି ପଳାଇଥିଲେ । ଏଥି ସହିତ ସୌଭାଗ୍ୟକୁ ୪ ଜଣ ମଇଁଷିଆଳ (ମଇଁଷି ଜଗିଥିବା ମଣିଷ) ଜୀବନ ମଧ୍ୟ ଅଳ୍ପ କେ ବର୍ତୀ ଯାଇଛି ।
