କମିଶନରେଟ କନ୍ଦରପୁର ଥାନା: ତିନିମାସ ବିତିଗଲା ହେଲେ ଗଳାକଟା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେଲା ନାହିଁ 

କଟକ ସଦର,୨୪/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସେଦିନ ଥିଲା ମେ ମାସ ୨୪ ତାରିଖ। ରାତି ପାହିଲେ ୨୫ ତାରିଖରେ ସାଧାରଣ ନିର୍ବାଚନ। ଏଥିପାଇଁ ଚାରିଆଡ଼େ ଲୋକମାନଙ୍କ ଚଳଚଞ୍ଚଳ ଲାଗି ରହିଥିଲା। ହେଲେ ସକାଳୁ ସକାଳୁ ଜଣାପଡ଼ିଲା ଯେ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ନିମେଇଶାପୁର ଗହୀର ମଝିରେ ଥିବା ନୁଆଯୋର ନିକଟରେ ସେହି ଗ୍ରାମର ସରୋଜ ଭୋଇଙ୍କ ଗଳାକଟା ଶଵ ପଡ଼ିରହିଛି।ଏହା ଜଣାପଡିବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଵା ବେଳେ ପୋଲିସ ଉଚ୍ଚ ପଦାଧିକାରୀ, ସାଇଣ୍ଟିଫିକ ଟିମ୍,ସନ୍ଧାନୀ କୁକୁର ପହଞ୍ଚି ଘଟଣାର ଛାନଭିନ୍ କରିଥିଲେ। ଏସବୁ ଦେଖି ଲୋକେ ଭାବିଥିଲେ ହତ୍ୟାକାରୀ ଖୁବ୍ ଶୀଘ୍ର ଚିହ୍ନଟ କରାଯିବା ସହିତ ଏଭଳି ହାଇ ପ୍ରୋଫାଇଲ୍ ମାଓବାଦୀ ତରିକା ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ ହେବ। ହେଲେ ଆଜି କୁ ତିନିମାସ ଵିତିଵାକୁ ଯାଇଥିବା ବେଳେ ହତ୍ୟାକାରୀ ପାଖରେ ପୋଲିସ ପହଞ୍ଚି ପାରିନଥିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଏ ସମ୍ପର୍କରେ ପୋଲିସ କୁ ଯେତେ ଥର ପଚରାଯାଇଛି ସେତେଥର ସେଇ ଗୋଟିଏ ଉତ୍ତର ମିଳିଛି ‘ ହତ୍ୟାକାରୀ ପାଖରେ ପହଞ୍ଚାଇବାକୁ ଆଉ ଅଳ୍ପ ବାଟ ବାକି ଅଛି ‘। ଅପରପକ୍ଷରେ ତଦନ୍ତ ପାଇଁ ଏଵେ ପୋଲିସ ପାଖରେ ଅନେକ ଅତ୍ୟାଧୁନିକ ଵ୍ୟଵ୍ୟସ୍ଥା ଥିବା ବେଳେ ଏଭଳି ଏକ ସ୍ପର୍ଶକାତର ଘଟଣାର ପର୍ଦ୍ଧାଫାଶ ନହେବା ଦୁର୍ଭାଗ୍ୟଜନକ ଵୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *