ମାହାଙ୍ଗା ହତ୍ୟାକାଣ୍ଡ : ଅଭିଯୁକ୍ତ ହତ୍ୟାକାରୀ ଚନ୍ଦ୍ରମଣି ର ପତ୍ନୀ ଙ୍କ ଆତ୍ମହତ୍ୟା

ମାହାଙ୍ଗା, ୧୯/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ଥାନା ଅକରପଡା ଗ୍ରାମରେ ଘଟିଛି ଅଘଟଣ । ଗତ କାଲି ସୋମବାର ପୂର୍ବାହ୍ନରେ ସମ୍ପତ୍ତି ଲୋଭରେ ନିଜ ପୁତୁରା ବୋହୂକୁ ହାଣି ଦେଇଥିଲା ଚନ୍ଦ୍ରମଣି ସାହୁ । ପୁତୁରା ବୋହୂ ସ୍ଵର୍ଣ୍ଣଲତାଙ୍କୁ ଧାରୁଆ କଟୁରୀରେ ସ୍ପଷ୍ଟ ଦିବାଲୋକରେ ହାଣି ପକାଇଥିଲା ଜହ୍ଲାଦ ଚନ୍ଦ୍ରମଣି ।

ମାହାଙ୍ଗା ପୋଲିସ ଅଭିଯୁକ୍ତ ଚନ୍ଦ୍ରମଣି କୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ଆଜି ମଙ୍ଗଳବାର ମଧ୍ୟାହ୍ନରେ ଅଭିଯୁକ୍ତ ହତ୍ୟାକାରୀ ଚନ୍ଦ୍ରମଣିଙ୍କ ପତ୍ନୀ ସରସ୍ବତୀ ଆତ୍ମହତ୍ୟା କରି ଥିବା ଜଣାପଡ଼ିଛି । ହତ୍ୟାକାରୀ ସ୍ୱାମୀ ବନ୍ଧା ହେବା ପରେ ବିଚଳିତ ହୋଇପଡ଼ିଥିଲେ ପତ୍ନୀ ସରସ୍ବତୀ । ଘରେ ପୁରୁଷ ଶୂନ୍ୟ ହୋଇପଡିଥିବା ବେଳେ ନିରୁପାୟ ସରସ୍ବତୀ ନେଲେ ଚରମ ନିଷ୍ପତି । ଆଜି ତାଙ୍କ ଝୁଲନ୍ତା ଶବ ଜବତ କରିଛି ପୋଲିସ । ଏପଟେ ସ୍ଵର୍ଣ୍ଣଲତାଙ୍କ ହତ୍ୟା ଘଟଣାରେ ଲିପ୍ତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତାଙ୍କ ପରିବାର ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *