ଖୋର୍ଦ୍ଧା, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁର ୫୦ତମ ଗାଦିବ୍ରହ୍ମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଖୋର୍ଦ୍ଧା ବିଧାନ ସଭା ବିଜେପି ନେତା ଶ୍ରୀ କାଳୁଚରଣ ଖଣ୍ଡେଇତରାୟ ଏବଂ ଖୋର୍ଦ୍ଧା ବିଜେପି ବିଧାନ ସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ ଯୋଗଦେଇ ଖେଳାଳି ଭାଇ ମାନଙ୍କୁ ଉତ୍ସାହିତ କରିବା ସହ ଶୁଭେଛା ଜଣାଇଥିଲେ । ଏହି କର୍କ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି ୬ଷ୍ଠ ଆଇ.ଆର୍.ବି ଓ ପାଇକଟିଗିରିଆ ମଧ୍ୟରେ ଖେଳା ଯାଇଥିଲା । ନିର୍ଦ୍ଧାରିତ ୧୫ ଓଭର ବିଶିଷ୍ଟ ମ୍ୟାଚରେ ଆଇ.ଆର୍. ବି ୧୫୮ ରନ କରିଥିଲା ଏବଂ ପ୍ରତିପକ୍ଷ ପାଇକିଟିଗିରିଆ ୧୫ ଓଭର ରେ ମାତ୍ର ୮୮ରନ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚରେ ଆଇ.ଆର୍. ବି ବିଜୟ ଲାଭ କରିଥିଲା
କଲ୍ୟାଣପୁର କ୍ରିକେଟ: ଆଇ.ଆର୍. ବି ବିଜୟ
