ରାମେଶ୍ବର ଆର ଏନ୍ ସି ସି କ୍ରିକେଟ କପ: ବୋଡଙ୍ଗରା ଏମ ବି ସି ସି ବିଜୟୀ

ନିରାକାରପୁର, ୧୬/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଖେଳ ପଡ଼ିଆରେ ରାମେଶ୍ବର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ଆର ଏନ୍ ସି ସି କ୍ରିକେଟ କପର ଆଜିର ମ୍ୟାଚ ନିରାକାରପୁର ଏଲେଭେନ୍ ଷ୍ଟାର ଓ ବୋଡଙ୍ଗରା ଏମ ବି ସି ସି  ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବୋଡଙ୍ଗରା ଏମ ବି ସି ସି  ବ୍ୟାଟିଂ କରି ୧୧ ଓଭରରେ ସମସ୍ତ ଉଇକେଟ୍ ହରାଇ ୭୫ ରନ କରିଥିବାବେଳେ ନିରାକାରପୁର ୭୩ ରନ କରିବାକୁ ସକ୍ଷମ ହୋଇଥିଲା ଆଜିର ମ୍ୟାଚରେ ବୋଡଙ୍ଗରା ଏମ ବି ସି ସି ବିଜୟ ଲାଭ କରିଥିଲା। ଆଜିର ମ୍ୟାଚ୍ କୁ ରାଧାକାନ୍ତ ପରିଡ଼ା ଓ ରଶ୍ମି ରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ପଟ୍ଟନାୟକ, ଶିବ ପ୍ରସାଦ ସୁବୁଦ୍ଧି, ଶିବ ରଞ୍ଜନ ତ୍ରିପାଠୀ ଓ ସୁବାସ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ପ୍ରଥମ ସେମିଫାଇନାଲ ମ୍ୟାଚ ରେ ମୋଟା ସହିତ ବୋଡଙ୍ଗରା  ଓ ରାମେଶ୍ବର ସହିତ ଓଳସିଂହ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *