କେନ୍ଦ୍ରାପଡ଼ା, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)-ବରିଷ୍ଠ ସ୍ତମ୍ବକାର, ସାମ୍ବାଦିକ, ଦୈନିକ ସମାଜର ପ୍ରାକ୍ତନ ବରିଷ୍ଠ ସହ ସମ୍ପାଦକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଭିଭକ୍ତ କଟକ ଜିଲାର ପୂର୍ବତନ ପ୍ରଚାରକ ଓ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସାଧାରଣ ସମ୍ପାଦକ ସ୍ୱର୍ଗତ ଅରୁଣ ପଣ୍ଡାଙ୍କ ବିୟୋଗରେ ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସତ୍ୟନାରାୟଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଦୈନିକ ଶୃତିର ସମ୍ପାଦକ ପଣ୍ଡିତ ସର୍ବେଶ୍ୱର ମିଶ୍ର, ଅତିଥି ଭାବେ ପଣ୍ଡିତ ହୃଷିକେଶ ରଥ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ଉତ୍ସର୍ଗୀକୃତ, ନିଷ୍ଠାପର ସେବା ଯୋଗୁଁ ରାଜ୍ୟରେ ରାଷ୍ଠ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦର କାୟା ବିସ୍ତାର କରିଥିଲା । ଏଥିସହିତ ଜଣେ ଜଣେ ସାମ୍ବାଦିକ, ସମ୍ବକାର ଓ ଲେଖକ ଭାବେ ସମାଜର ନିଛକ ସତ୍ୟକୁ ଲୋକ ଲୋଚନକୁ ଆଣିବାକୁ ସମର୍ଥ ଥିଲେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀ, ଡ. ସୁନାକର ସାମଲ, ନୃସିଂହ ପ୍ରସାଦ ପତ୍ରୀ, ଆଇନଜୀବୀ ସରୋଜରାଜ ସିଂହ, ହିମାଂଶୁ ଶେଖର ଦାଶ, କିଶୋର ପଣ୍ଡା, ଆଶୋକ ସୁଆର,ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା, ହିମାଂଶୁ ନାୟକ, ହରିଶ ଚନ୍ଦ୍ର ଜେନା, ଫକିର ବେହେରା, ନୃସିଂହ ଚରଣ ତ୍ରିପାଠୀ, ମନୋଜ ରାଉତ, ଭିକାରୀ ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Related Posts
ଦଶହରାରେ ଆତ୍ମପ୍ରକାଶ କଲା ‘ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟ ‘
କଟକ ସଦର,୧୧/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଦଶହରାରେ ଆତ୍ମପ୍ରକାଶ କଲା ଏକ ସାମାଜିକ ସଂଗଠନ’…
ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଗମନାଗମନକୁ ସହଜ କରୁଛି ପିଏମ ଜନମନ୍
ଭୁବନେଶ୍ୱର, ୧୦/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଅଧୀନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ସଡ଼କ ପ୍ରକଳ୍ପର…
କର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ଯୈାନ ଶୋଷଣ ପ୍ରତିରୋଧ, ନିଷେଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩ ଜନିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।
ଯାଜପୁର, ୨୫/୭/୨୦୨୪ (ଓଡ଼ିଶା ସମାଚାର)- ସମାଜରେ ମହିଳାମାନେ ହେଉଛନ୍ତି ଅନ୍ୟନ୍ୟା । ସେମାନେ ଅନେକ ରୂପରେ କର୍ତବ୍ୟ କରି ସମାଜକୁ ଆଲୋକ ପ୍ରଦାନ କରିବା ସହ ନିଜ…
