ଏକବର୍ଷ ହେଲା କଛପ ଗତିରେ ଚାଲୁରହିଛି ଉଛେଦ ପ୍ରକ୍ରିୟା
କଟକ ସଦର,୧୨/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ତଥା କିଶନନଗର ରାଜସ୍ୱ ସର୍କଲ ଅଧିନସ୍ଥ ଥୋରିଆପଡା ମୈ।ଜାର ଖାତା ନଂ ୭୬୫,ପ୍ଲଟ୍ ୧୯୯୩,ରକଵା ୦.୦୬,କିସମ ସର୍ବସାଧାରଣ ରାସ୍ତା କୁ ଜନୈକ ବ୍ୟକ୍ତି ଅଜାୟ ଜବରଦସ୍ତ ବେଆଇନ ଭାବେ ଜବରଦଖଲ କରି ପାଚେରୀ ନିର୍ମାଣ କରିଛନ୍ତି। ଏହାକୁ ବିରୋଧ କରି ଗ୍ରାମବାସୀମାନେ ତହସିଲଦାର ଙ୍କ ନିକଟରେ ଅଭିଯୋଗ କରିଥିଲେ।
ହେଲେ ଆଜକୁ ଏକବର୍ଷ ହେଲା ଉକ୍ତ ସ୍ଥାନକୁ ଏକାଧିକ ଥର ମାପ କରାଯାଇ ସୀମା ନିର୍ଦ୍ଧାରଣ ସରିବା ଏଵଂ ଉଛେଦ ପାଇଁ ସମସ୍ତ ପ୍ରକ୍ରିୟା ସରିଥିବା ବେଳେ କେଉଁ ସ୍ୱାର୍ଥରେ ଉଛେଦ ନହୋଇ ପଡ଼ିରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଆଜି ଅତିରିକ୍ତ ତହସିଲଦାର ଜ୍ୟୋତି ରଞ୍ଜନ ବେହେରା ,ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଙ୍କ ସମେତ ପୋଲିସ୍ କର୍ମଚାରୀ ଓ ରାଜସ୍ବ କର୍ମଚାରୀ ମାନେ ଉକ୍ତ ବେଆଇନ୍ ଜବରଦଖଲ ସ୍ଥାନକୁ ଆଉଥରେ ମାପଚୁପ କରିବା ସହିତ ସୀମା ନିର୍ଦ୍ଧାରଣ କରିଥିବା ଜଣାପଡିଛି। ହେଲେ ଏଥରକ ମଧ୍ୟ ତହସିଲ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ କୁ ଗ୍ରାମବାସୀମାନେ ଅପେକ୍ଷା କରିଥିବା ଜଣାଯାଇଛି।
