ନିଶ୍ଚିନ୍ତକୋଇଲି ୧୭/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ନିଶ୍ଚିନ୍ତ କୋଇଲି ବ୍ଲକ ଅଞ୍ଚଳ ର ଉତ୍ସାହ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ୮୦ ତମ ସ୍ୱାଧୀନତା ଦିବସ ଅବସରରେ ବହୁବିଧ ଜନକଲ୍ୟାଣ କାର୍ଯ୍ୟକ୍ରମ ମାନ କରାଯାଇଛି। ଏହି ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ସୁକରପଡ଼ା ଠାରୁ ନିଶ୍ଚିନ୍ତକୋଇଲି ବ୍ଲକ ଛକ ପର୍ଯ୍ୟନ୍ତ ସୁଦୃଶ୍ୟ ଆକର୍ଷଣୀୟ ତ୍ରିରଙ୍ଗା ପଦଯାତ୍ରା ସହ ସମ୍ବର୍ଦ୍ଧନା ସଭା, ବୃକ୍ଷରୋପଣ ଓ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଟ୍ରଷ୍ଟ ର ସଭାପତି ସମାଜସେବୀ ଦେବାଶିଷ ବେହୁରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ନିଶ୍ଚିନ୍ତକୋଇଲି ଥାନା ଅଧିକାରିଣୀ ଅନିତା ସାହୁ ଉଦଘାଟନ କରିଥିଲେ। ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ ହରିହର ମହାପାତ୍ର, ଅବସରପ୍ରାପ୍ତ ସେନା ଅଧିକାରୀ ବିଜୟ କୁମାର ବରାଳ, ଵିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶ, ରାଷ୍ଟ୍ରୀୟ ସମାଜସେବୀ ସଂଗଠନ ସଭାପତି କୁଞ୍ଜବିହାରୀ ବେହେରା,ସମ୍ପାଦକ ଆଶିଷ କୁମାର ପତି, ଅବଦୁଲ ରଜାକ ଖାଁ, ଆଇନଜୀବୀ ସୁକାନ୍ତି ଦାସ, ଦେବେନ୍ଦ୍ର କୁମାର ଲେଙ୍କା, ବଶିଷ୍ଠ ଆଇନଜୀବୀ ଅମରେନ୍ଦ୍ର ନାରାୟଣ ଦାସ, ମହିଳା ସଂଗଠିକା ଅମ୍ବ୍ରିତା ସିଂହ,ଦେବାରୁପା କର, ଯୁବ କଥାକାର ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦାନ କରି ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ବିବିଧ ସେବାମୂଳକ କାର୍ଯ୍ୟ ର ଭୂୟସୀ ପ୍ରଶଂସା କରିଥିଲେ। ଉପ ସଭାପତି ସୟଦ ଗୁଫ୍ରାନ୍ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥଲେ।
ଏହି ଅବସରରେ ନିଶ୍ଚିନ୍ତ କୋଇଲି ବ୍ଲକ ସ୍ତରୀୟ ୫୦ ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ହେମନ୍ତ ରାଉତ ଓ ଗୋପୀନାଥ ବେହେରା ଙ୍କୁ ଟ୍ରଫି ଦ୍ୱାରା ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହ ସମ୍ପାଦକ ପ୍ରକାଶ କୁମାର ସ୍ଵାଇଁ, ସେକ୍ ତାଜୁଉଦ୍ଦିନ, ସେକ ଆଲ୍ଲାଉଦ୍ଦିନ, ଚନ୍ଦନ ତରାଇ, ସୁଧାକର ଜେନା, ଅଭିଷେକ ବିଶ୍ୱାଳ, ଅଜୟ କୁମାର ନାୟକ, ପ୍ରତାପ କୁମାର ସିଂହ, ସୁରେଶ ଚନ୍ଦ୍ର ପରିଡ଼ା, ଦିଲ୍ଲୀପ କୁମାର ମୁଦୁଲି, ଭରତ ଚନ୍ଦ୍ର ସ୍ଵାଇଁ, ଦୀପ୍ତିରଞ୍ଜନ ସ୍ଵାଇଁ, ହେମନ୍ତ କୁମାର ରାଉତ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଶତାଧିକ ଯୁବକ, ମହିଳା ଓ ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
