ଏଆଇୟୁଟିୟୁସି ପକ୍ଷରୁ ୬ ଦଫା ଦାବି ନେଇ କିଶନନଗର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ 

କଟକ ସଦର,୧୨/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା):ଅଲ୍ ଇଣ୍ଡିଆ ୟୁନାଇଟେଡ଼ ଟ୍ରେଡ ୟୁନିୟନ ସେଣ୍ଟର (ଏଆଇୟୁଟିୟୁସି) ପକ୍ଷରୁ ସଂପାଦକ ତଥା ଶ୍ରମିକ ନେତା ରାଜକିଶୋର ମଲ୍ଲିକଙ୍କ ନେତୃତ୍ଵରେ ଆଜି ଗୁରୁବାର ଦିନ ୬ ଦଫା ଦାବି ନେଇ କିଶନନଗର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର  ଜ୍ୟୋତି ରଞ୍ଜନ ବେହେରା ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।

ଦାବି ଗୁଡିକ ମଧ୍ୟରେ ମନ୍ଥର ଗତିରେ ଚାଲିଥିବା ଗଡମା କିଶନନଗର ରାସ୍ତାର ସମ୍ପୁର୍ଣ୍ଣିକରଣ, ରାତିରେ ଶତାଧିକ ହାଇୱ। ଦ୍ୱାରା ବାଲି ଚାଲାଣ ଯୋଗୁଁ ରାସ୍ତା ସାରା ଵାଲି ପଡ଼ି ଦୂର୍ଘଟଣା ଘଟୁଥିବାରୁ ଏହାର ସମାଧାନ, ତହସିଲ ଅଞ୍ଚଳରେ କେତୋଟି ସରକାରୀ ଓ ବେସରକାରୀ ବାଲିଘାଟ ଚାଲିଛି ତାହାର ତାଲିକା ସାର୍ବଜନୀନ କରିବା, ଥାନା ଅଞ୍ଚଳରୁ ଚୋରି ବୃଦ୍ଧି କୁ ରୋକିବା ପ୍ରଭୃତି ଅନ୍ତର୍ଭୁକ୍ତ ରହିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରେଣୁ ମହାରଣା, ସନ୍ତୋଷ ଭୋଇ, ମହମ୍ମଦ ଆସଫାକ୍(ଫାକି), ରଘୁନାଥ ବେହେରା,ସୟଦ ସାମସେଦ୍ ଅଲ୍ଲୀ, ଭାଗିରଥୀ ଭୋଇ, ଲକ୍ଷ୍ମୀଧର ସେଠୀ ପ୍ରମୁଖ ବହୁ ଲୋକ ସାମିଲ ହୋଇଥିଲେ।

 

Leave a Reply

Your email address will not be published. Required fields are marked *