ଗରଦପୁର, ୧୧/୦୩/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ତହସିଲ, ତେଣ୍ଡାକୁଡା ପଂଚାୟତ ର ବସନ୍ତପୁର ଗ୍ରାମ ରେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଅଗ୍ନି କାଣ୍ଡ ଘଟି ଧୂଳମଣି ମଲିକ ,ଶତୃଘ୍ନ ମଲିକ, ଦିପକ ମଲିକ ପ୍ରମୁଖ ଙ୍କ ୭ ବଖରା ଚାଳ ଛପର ଘର ସହିତ ସମସ୍ତ ଆସବାବପତ୍ର ଧାନଚାଉଳ ସହିତ ସମସ୍ତ ଆସବାବ ପତ୍ର ସମେତ ସଂଚୟ କରିରଖିଥିବା ସମସ୍ତ ଅର୍ଥ ପୋଡି ପାଉଁଶ ହୋଇଯାଇଛି ।
ଏହି ଦୁଃଖଦ ଖବର ପାଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ତୁରନ୍ତ ସହଯୋଗ ର ହାତ ବଢାଇଛନ୍ତି । ଆଜି ବିଧାୟକ ଙ୍କ ତେଣ୍ଡାକୁଡ଼ା ପଂଚାୟତ ପ୍ରତିନଧି ତଥା ଯୁବ ନେତା ସୁକାନ୍ତ ନାୟକ , ପୂବର୍ତନ ବ୍ଲକ ଅଧ୍ୟକ୍ଷ ତଥା ର୍ବତମାନ ସମିତି ସଭ୍ୟ ବାସୁଦେବ ବେହେରା , ସ୍ୱରୂପ ମହାନ୍ତି ,ମାନସ ମହାନ୍ତି ପ୍ରକାଶ ଦାଶ ,ପ୍ରଭାକର ନାୟକ ପ୍ରମୁଖ ପହଂଚି ସୁଖିଲା ଖାଦ୍ୟ ,ନୂତନ ବସ୍ତ୍ର. ରୋଷେଇ ସରଞ୍ଜାମ ,ପଲିଥିନ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ସରକାରୀ ସ୍ତରରେ ଯହା ସାହାଯ୍ୟ ମିଳିବାର ଅଛି ତାହା ଖୁବ୍ ଶୀଘ୍ର ଯୋଗାଇ ଦିଆଯିବ ବୋଲି ବିପନ୍ନ ପରିବାର ଙ୍କୁ ବିଧାୟକ ଫୋନ୍ ଯୋଗେ କହିଥିଲେ ।
