କେନ୍ଦ୍ରାପଡା, ୧୬/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅହେମଦିଆ ସଂପ୍ରଦାୟ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସହରର ବଡହାଟସ୍ଥିତ ଅହେମଦିଆ ମସଜିଦ ପ୍ରାଙ୍ଗଣରେ ଅହେମଦିଆ ସଂପ୍ରଦାୟର ସଭାପତି ସେଖ ସଲିମ ଅହେମଦ ଜାତୀୟ ପତକା ଉତୋଳନ କରିଥିଲେ । ଏହାପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି ଅବସରରେ ମୈାଲାନା ସେଖ ସାହାବୁଦ୍ଧିନ କହିଥିଲେ ଯେ ପୈଗମ୍ବର ହଜରତ ମହମ୍ମଦ ସଲ୍ଲମଙ୍କ ମହତ ବାଣୀ ହେଉଛି ଦେଶପ୍ରେମ ଧର୍ମ ବିଶ୍ୱାସର ଏକ ଅବିଛେଦ ଅଙ୍ଗ । ଏହି କାର୍ଯ୍ୟକ୍ରମରେ ସେଖ ଆଲାଉଦ୍ଧିନ, ସେଖ ମୁର୍ଶିଦ ଅହେମଦ, ସେଖ ନସିରୁଦ୍ଧିନ, ପ୍ରମୁଖ ଜମାତର ଭଦ୍ରବ୍ୟକ୍ତିଙ୍କ ସମେତ ଯୁବବର୍ଗର ପିଲାମାନେ ଉପସ୍ଥିତ ଥିଲେ । ଶେଷରେ ସେଖ ନିଜାମୁଦ୍ଧିନ ଧନ୍ୟବାଦ ଅର୍ପଣ କରିଥିଲେ ।