ଇନକା ଲେଡିଜ୍ କ୍ଲବ ପକ୍ଷରୁ ମହିଳା ଦିବସ ପାଳିତ

ଭୁବନେଶ୍ୱର,୧୦/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ସହିଦନଗର ସ୍ଥିତ ଇନକା ଲେଡିଜ୍ କ୍ଲବ ପକ୍ଷରୁ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବର ସଭାନେତ୍ରୀ ଆଭା ଦାସ ଯୋଗଦେଇ ନାରୀ ସମାଜର ଅମୂଲ୍ୟ ସମ୍ପଦ ଓ ସେମାନେ ସ୍ନେହ, ମମତା ଓ ତ୍ୟାଗର ପ୍ରତୀକ। ଘରେ ମାଁ, ଭଉଣୀ, ଝିଅ ଓ ପତ୍ନୀ ଭାବେ ନାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାନ୍ତି। ଶିକ୍ଷା, ରାଜନୀତି, କଳା, ବିଜ୍ଞାନ ଓ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନାରୀମାନେ ସ୍ବୟଂକୁ ସାବ୍ୟସ୍ତ କରିଛନ୍ତି। ସମାଜର ଉନ୍ନତି ପାଇଁ ନାରୀଙ୍କ ସମ୍ମାନ ଓ ସମାନ ଅଧିକାର ଅତ୍ୟାବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ଶଶୀ ପ୍ରଭା ରଥ ଯୋଗଦେଇ ନାରୀ ଶକ୍ତିର ଆଧାର ଓ ସହନଶୀଳତାର ଦୃଷ୍ଟାନ୍ତ ବୋଲି ଦର୍ଶାଇବା ସହ ଆଜିର ଦିନରେ ନାରୀ ମାନେ ସମସ୍ତ କ୍ଷେତ୍ରରେ ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଆଗକୁ ବଢୁଛନ୍ତି ଏବଂ ସେମାନଙ୍କ ଆତ୍ମବିଶ୍ୱାସ, ପରିଶ୍ରମ ଓ ପ୍ରତିଭା ସମାଜକୁ ନୂତନ ଦିଗ ଦେଉଥିବାରୁ ନାରୀଙ୍କ ସଶକ୍ତିକରଣ ଦ୍ୱାରା ଦେଶର ସମୃଦ୍ଧି ସମ୍ଭବ ବୋଲି ସେ ଉପସ୍ଥାପନା କରିଥିଲେ। ଏହି ଅବସରରେ ବହୁ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳା ଦିବସକୁ ଆନନ୍ଦ ମୁଖରିତ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ କବିତା ସଂକଳନ, ସଙ୍ଗୀତ, ନୃତ୍ୟରେ ପରିବେଷଣ ଉପଭୋଗ କରି ଦର୍ଶକ ବିମୋହିତ ହୋଇଥିଲେ।

Leave a Reply

Your email address will not be published. Required fields are marked *